nua o banner

ବିଶ୍ଵ ରେଡ୍ କ୍ରସ୍ ଦିବସ ପାଳନ

BJD Bijuli 480×75 Mob

ବୌଦ୍ଧ: ଭାରତୀୟ ରେଡକ୍ରସ ସୋସାଇଟିର ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଆଜି ବିଶ୍ଵ ରେଡ୍ କ୍ରସ୍ ଦିବସ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହରେ ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଛି। ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଥିବାରୁ ଚଳିତ ବର୍ଷ ସମସ୍ତ ଜନସାଧାରଣଙ୍କୁ ଏଥିରେ ସାମିଲ୍ କରା ନଯାଇ କେବଳ ସରକାରୀ କର୍ମଚାରୀ ସଦସ୍ୟ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ପ୍ରଥମେ ସମସ୍ତେ ରେଡକ୍ରସର ଜନକ ହେନେରୀ ଦୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସର ସମ୍ପାଦକ ସୁଧର୍ମା ମଲିକ୍ ସମସ୍ତଙ୍କୁ ସ୍ଵାଗତ କରି ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତାଭାବେ ଜିଲ୍ଲା ଯୁବ ରେଡ଼କ୍ରସର ସମ୍ପାଦକ ତଥା ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଯୋଗଦେଇ ହେନେରୀ ଦୁନାଣ୍ଟ ଏବଂ ରେଡ୍ କ୍ରସର ଇହିହାସ ଉପରେ ଆଲୋକପାତ କରିବା ସହିତ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ସେବା କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ପୋଲିସ ଅଧ୍ୟକ୍ଷ ଏମ୍. ମିଞ୍ଜ, ସମ୍ମାନିତ ବକ୍ତା ଭାବେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡାକ୍ତର ହେମ୍ବ୍ରମ ଓ ସଂଯୋଜକ ସଂଜୀବ ଝା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.