ବାୟୁସେନା ଦଳ ଉପରେ ଆକ୍ରମଣ ଘଟଣା, ସାମ୍ନାକୁ ଆସିଲା ଆତଙ୍କୀଙ୍କ ଫଟୋ ଓ ପରିଚୟ

ନୂଆଦିଲ୍ଲୀ : ପୁଞ୍ଚ୍‌ରେ ଭାରତୀୟ ବାୟୁସେନା ଦଳ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଛି । ମେ ୪ ତାରିଖରେ ଏହି ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ଯବାନ ସହିଦ ଓ ୪ ଜଣ ଆହତ ହୋଇଥିଲେ । ବୁଧବାର ଆତଙ୍କୀଙ୍କ ଫଟୋ ଓ ପରିଚୟ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜରୁ ଏହି ଫଟୋ ନିଆଯାଇଥିବା ଜଣାପଡିଛି । ଆତଙ୍କୀଙ୍କ ପାଖରେ ଆମେରିକା ତିଆରି ଏମଫୋରଏସ୍ ଏବଂ ଋଷ୍ ତିଆରି ଏକେ୪୭ ଥିଲା । ଚିହ୍ନଟ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ପୂର୍ବତନ ଆର୍ମି କମାଣ୍ଡୋ ଥିବା ଜଣାପଡିଛି ।

Comments are closed.