nua o banner

ଚୌଦ୍ୱାରରେ ନୟନଙ୍କ ନିର୍ବାଚନୀ ପଦଯାତ୍ରା

BJD Bijuli 480×75 Mob

ଚୌଦ୍ୱାର: ଭାରତୀୟ ଜନତା ପାର୍ଟିର ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ଚୌଦ୍ୱାରରେ ପଦଯାତ୍ରା କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶ୍ରୀ ମହାନ୍ତି ଶତାଧିକ ସମର୍ଥକଙ୍କ ଗହଣରେ ତିନିକୋଣିଆସ୍ଥିତ ରୂପଯାତ୍ରା ପଡ଼ିଆରୁ ପଦଯାତ୍ରା ଅରମ୍ଭ କରି ଗ୍ରାମର ୫ଟି ଯାକ ୱାର୍ଡ଼ ପରିକ୍ରମା କରିବା ସହିତ ଲୋକ ମାନଙ୍କୁ ଭେଟି ବିଜେପିର କଟକ ସାଂସଦ ପ୍ରାର୍ଥୀ ଭତ୍ତୃହରି ମହତାବ ଓ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ନିବେଦନ କରିଥିଲେ। ଜିଲ୍ଲା ଉପସଭାପତି ପ୍ରଶାନ୍ତ ହୋତା, ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ,ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଅନୀଲ ସୁବୁଦ୍ଧିରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ବେହେରା, ବୈରାଗୀ ନାୟକ, ପ୍ରକାଶ ଚନ୍ଦ୍ର ବଡ଼ଜେନା, ସଂଜୀତ ମହାନ୍ତି, ଭାବଗ୍ରାହୀ ପଟ୍ଟନାୟକ, ବୈଦ୍ୟେଶ୍ୱର ପଣ୍ଡା, ଚିରଂଜୀବି ଖଣ୍ଡାୟତରାୟ ପ୍ରମୁଖ ଏହି ପ୍ରଚାର ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

Comments are closed.