nua o banner

୧୧ରେ ଫୁଲବାଣୀ ଆସିବେ ମୋଦୀ

BJD Bijuli 480×75 Mob

ଫୁଲବାଣୀ: ମେ’ ୧୧ରେ କନ୍ଧମାଳ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ନ ୧୦ଟାରେ ଫୁଲବାଣୀରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ। କନ୍ଧମାଳ ଲୋକସଭା ଅନ୍ତର୍ଗତ ୭ଟି ଲୋକସଭା ମଣ୍ଡଳୀର ଜନସାଧାରଣ ଓ ଦଳୀୟ କର୍ମୀ ଏଥିରେ ଯୋଗଦେବେ ବୋଲି ବୁଧବାର ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି। ଏ ଅବସରରେ କନ୍ଧମାଳ ଜିଲ୍ଲା ପାଇଁ ସ୍ବତନ୍ତ୍ର ରୋଡମ୍ୟାପ ଲୋକଙ୍କ ଆଗରେ ଉପସ୍ଥାପିତ କରିବେ ପ୍ରଧାନମନ୍ତ୍ରୀ। ସେହିଭଳି ଜୁନ ୧୦ରେ ରାଜ୍ୟରେ ବିଜେପି ସରକାର କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳୀୟ ପ୍ରବକ୍ତା।

Comments are closed.