www.samajalive.in
Sunday, December 14, 2025
19.1 C
Bhubaneswar

୫୧ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ; ‘ଇନ୍‌ ଟୁ ଦ ଡାର୍କନେସ’ ଶ୍ରେଷ୍ଠ ଚଳଚ୍ଚିତ୍ର

ପାଣାଜୀ : ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଭାରତ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଛି। ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବରେ ‘ଇନ ଟୁ ଦ ଡାର୍କନେସ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲଡେନ ପିକକ୍ ପୁରସ୍କାର ଲାଗି ମନୋନୀତ ହୋଇଛି। ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ଜୁ ଚୌଆନ ଲିଉ ସିଲଭର ପିକକ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଲିଉଙ୍କୁ ତାଙ୍କର ଚଳଚ୍ଚିତ୍ର ଦ ସାଇଲେଣ୍ଟ ପରେଷ୍ଟର ଅଭିନୟ ପାଇଁ ଏହି ପୁରସ୍କାର ଦିଆଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜୋଫିଆ ଷ୍ଟାଫିଏଜ ସିଲଭର ପିକକ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଇ ନେଭର କ୍ରାଏ ଚଳଚ୍ଚିତ୍ରର ଅଭିନୟ ପାଇଁ ଜୋଫିଆ ଏହି ପୁରସ୍କାର ପାଇଛନ୍ତି।

- Advertisement -

ସେହିପରି ଶ୍ରେଷ୍ଠ ନିର୍ଦେଶକ ଚେନ ନିଏନ କୋ, ଶ୍ରେଷ୍ଠ ନବାଗତ ନିର୍ଦେଶକ କାସିଓ ପେରେରା, ସ୍ପେସାଲ ମେନସନ ପୁରସ୍କାର କ୍ରିପାଲ କାଲିଟା, ସ୍ପେସାଲ ଜୁରି ପୁରସ୍କାର କାମିନା କାଲଭେ ଓ ଇଣ୍ଡିଆନ ପର୍ସନାଲିଟି ପୁରସ୍କାର ପାଇଁ ବିଶ୍ବଜିତ୍ ଚାଟାର୍ଜୀଙ୍କୁ ମନୋନୀତ କରାଯାଇଛି। ଉଦ୍‌ଯାପନୀ ଉତ୍ସବରେ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ପାବ୍‌ଲେ ସେସାର ପ୍ରତିଯୋଗିତାରେ ଭାଗ ନେଇଥିବା ଚଳଚ୍ଚିତ୍ରଗୁଡିକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଯେଉଁ ସବୁ ଚଳଚ୍ଚିତ୍ରକୁ ପୁରସ୍କାର ଲାଗି ମନୋନୀତ କରାଯାଇଛି ସେଗୁଡିକ ବ୍ୟକ୍ତି ସ୍ବାଧୀନତା ଏବଂ ଶିଶୁ ଓ ବ୍ୟକ୍ତିର ଅଧିକାର ଉପରେ ଗୁରୁତ୍ବ ଦେଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories