www.samajalive.in
Sunday, December 14, 2025
14.1 C
Bhubaneswar

ଏଥର କୁମ୍ଭମେଳା ୪୫ ଦିନ

ହରିଦ୍ବାର : ବିଶ୍ବର ବୃହତ୍ତମ ଧାର୍ମିକ ସମାବେଶ ରୂପେ ପରିଚିତ କୁମ୍ଭମେଳା ଚଳିତ ବର୍ଷ ୪୫ ଦିନ ପାଇଁ ହେବ। ଉତ୍ତରାଖଣ୍ଡର ହରିଦ୍ବାରରେ ଏହାର ଆୟୋଜନ କରାଯିବ। କରୋନା କଟକଣା ଭିତରେ ଏହାକୁ ଆୟୋଜନ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ଼-୧୯ ମାର୍ଗଦର୍ଶିକା ଜାରି କରାଯାଇଛି। ପାରମ୍ପରିକ ଭାବେ କୁମ୍ଭମେଳା ସାଢେ ୩ ମାସ ପାଇଁ ହୋଇଥାଏ; କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି। ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକଙ୍କ ସୂଚନାନୁଯାୟୀ, କୁମ୍ଭମେଳାକୁ ଆସୁଥିବା ଭକ୍ତମାନେ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଞ୍ଜୀକରଣ କରିବେ ଓ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହେବ। ସେହିପରି ମେଳାର କୌଣସି ସ୍ଥାନରେ କେହି ଛେପ ପକାଇପାରିବେ ନାହିଁ। ୬ଫୁଟର ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମେଳା ପରିସରରେ କୌଣସି ପ୍ରକାର ମେଳା କିମ୍ବା ସାମୁହିକ ପ୍ରାର୍ଥନାର ଆୟୋଜନ କରାଯାଇପାରିବ ନାହିଁ।
ସେହିପରି ଶ୍ରଦ୍ଧାଳୁଙ୍କୁ କେବଳ ସ୍ନାନ ପର୍ଯ୍ୟନ୍ତ ମେଳା ପରିସରରେ ରହିବାକୁ ଅନୁମତି ଦିଆଯିବ। କୁମ୍ଭମେଳା ପାଇଁ ଉତ୍ତରାଖଣ୍ଡ ସରକାର ଫେବୃଆରୀରେ ବିଜ୍ଞପ୍ତି ଜାରି କରିବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ କୁମ୍ଭମେଳାରେ ଯୋଗ ଦେବାକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଆସିବା ସମ୍ଭାବନାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ବ୍ୟବସ୍ଥା କରିବ। ଏବେ ହରିଦ୍ବାର ରେଳଷ୍ଟେସନର ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories