www.samajalive.in
Tuesday, December 9, 2025
19.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୨.୦୯.୨୦୨୩)

ମେଷ :  ମହନୀୟ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ବହୁ ମିତ୍ର ଓ ଆତ୍ମଜଙ୍କ ସହିତ ସୁଖସାଗରରେ ଜଳକେଳି କରିପାରନ୍ତି। ପରିବାରର ମୁଖ୍ୟ ହେବେ। ସଦାସର୍ବଦା ବିନୀତ ସ୍ବଭାବସମ୍ପନ୍ନ ହେବେ।

ବୃଷ : ଅର୍ଥ ପ୍ରାପ୍ତି ପ୍ରତି ଚିନ୍ତାକରିବା ଅନାବଶ୍ୟକ। ଅଶାନ୍ତି ଉପସମ ହେବ। ସରକାରୀ ସ୍ତରରୁ ପ୍ରୋତ୍ସାହିତ ହେବାର ସୂଚନା ମିଳୁଛି। ଶତ୍ରୁ ନାଶ କରିବାରେ ପାରଙ୍ଗମ ହେବେ। ନୀରୋଗ ହେବେ। ଧନାଗମ ହେବ।

ମିଥୁନ : ନିଜ ଅର୍ଜିତ ଧନ ଭୋଗ କରିପାରନ୍ତି। ରାଜରାଜେଶ୍ବର ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି। ଜଣେ ଉପଯୁକ୍ତ ପରାମର୍ଶଦାତା ହୋଇପାରନ୍ତି। ବହୁମିତ୍ରଙ୍କ ସହଯୋଗ ମିଳିବ। ପୁତ୍ର ପ୍ରାପ୍ତି ନିମନ୍ତେ ଆଶାୟୀ ହେବେ।

କର୍କଟ : ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଧର୍ମ ଭାବାପନ୍ନ ହୋଇପାରନ୍ତି। ନିଜ ଅଞ୍ଚଳର ମୁଖ୍ୟକର୍ତ୍ତା ବା ଶାସନ ଡୋରୀ ନିଜ ହାତକୁ ନେଇପାରନ୍ତି। ମୁଖମଣ୍ଡଳ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ।

ସିଂହ : ରାଜଯୋଗ ଅଛି। କ୍ଷମତାପନ୍ନ ହୋଇପାରନ୍ତି। ପରୋପକାରରେ ଉତ୍ସର୍ଗୀକୃତ ମନୋଭାବ ରହିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଜନସାଧାରଣଙ୍କ ଅନୁରୋଧକ୍ରମେ ଗାଦିନସୀନ ହୋଇପାରନ୍ତି।

କନ୍ୟା : ଜଣେ ବିଜ୍ଞ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ମହାନ୍‌ ସମ୍ମାନର ଅଧିକାରୀ ହୋଇପାରନ୍ତି। ସତ୍‌ ପରାୟଣ ହେବେ। ସହଧର୍ମିଣୀଙ୍କ ପ୍ରତି ସ୍ନେହାନୁରାଗ ରହିବ। ଜଣେ ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିବେ।

ତୁଳା : ବୁଦ୍ଧିମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ପରୋପକାରୀ ହେବେ। କୋଟିନିଧି ପ୍ରାପ୍ତିର ସୂଚନା ମିଳୁଛି। କୃଷି ଉପରେ ପ୍ରାଧାନ୍ୟ ଦେବେ। ରାଜରାଜେଶ୍ବର ସୁଖର ଅଧିକାରୀ ହେବେ। ମହିମାମୟ ହୋଇପାରନ୍ତି।

ବିଛା :​​‌  ମହନୀୟ ପଦପଦବୀ ପ୍ରାପ୍ତ ହୋଇ ଉଚ୍ଚାସନରେ ଆସୀନ ହୋଇପାରନ୍ତି। ସଦାସର୍ବଦା ନିଜ ପରିବାର ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ବନ୍ଧୁ ଓ ପ୍ରାଣପ୍ରିୟାଙ୍କ ସମର୍ଥନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ : ମାନସିକ ସ୍ତରରେ ସନ୍ଦେହର ବାତାବରଣ ସୃ​‌ଷ୍ଟି ହୋଇପାରେ। ନିଜ ଭୁଲକୁ ସୁଧାରି ​‌େ​‌ନବା ପାଇଁ ଚେଷ୍ଟା କରିବେ। ପ୍ରସନ୍ନ ମୁଖ ଓ ରାଜସମ୍ମାନ ପ୍ରାପ୍ତ ହେବେ। ସ୍ତ୍ରୀ-ପୁତ୍ରଙ୍କ ପାଇଁ ଚିନ୍ତିତ ରହିବେ।

ମକର : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଭୂତ ସୁଖର ଅଧିକାରୀ ହେବେ। ମତିମାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ପାଇଁ ବହୁ କ୍ଷେତ୍ରରେ ଅସାଧ୍ୟ ସାଧନ କରିପାରନ୍ତି। ଲୋକଙ୍କ ସେବାରେ ନିୟୋଜିତ ହେବେ।

କୁମ୍ଭ : ଶତ୍ରୁକୁ ପ୍ରତିହତ କରି ସାମୟିକଭାବେ ଆଶ୍ବସ୍ତ ହୋଇପାରନ୍ତି। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବା ଆଶା କରାଯାଏ। ପରାକ୍ରମୀ ହୋଇପାରନ୍ତି। ତ୍ୟାଗୀ ଓ ଦାନୀ ହୋଇପାରନ୍ତି।

ମୀନ : ଚିତ୍ତ ସନ୍ତୁଷ୍ଟ ରହିବ। ନିଧି ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧି ପ୍ରୟୋଗ କରି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ସୁଖୀ ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଈଶ୍ବରଙ୍କ କୃପା ଲାଭ କରିବେ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories