ମଙ୍ଗଳବାର ରାଶିଫଳ (୧୧.୦୪.୨୦୨୩)

ମେଷ : ସୁଶୋଭିତ ବପୁଯୁକ୍ତ ହୋଇପାରନ୍ତି। ଶାନ୍ତ ଓ ନିପୁଣ ହେବେ। ମେଧାବୀ ହେବା ଆଶା କରାଯାଏ। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପରଧନରେ ଧନୀ ହେବେ।

ବୃଷ : ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଶିଳ୍ପ ପାରଦର୍ଶୀ ହେବେ। ସଦାସର୍ବଦା ହାସ୍ୟ ସୁଖସମ୍ପନ୍ନ ହେବେ। ଯୁବତୀପ୍ରିୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ରାଜସମ୍ମାନ ଲାଭ କରିବେ।

ମିଥୁନ : ଭୋଗାସକ୍ତ ହୋଇପାରନ୍ତି। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ହେବେ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ବଳିଷ୍ଠ ଓ ଶତ୍ରୁଦମନକାରୀ ହେବେ।

କର୍କଟ : ଗୀତିକାର ହେବେ। ନୃତ୍ୟସଙ୍ଗୀତ ପ୍ରିୟ ହେବାର ସୂଚନା ମିଳୁଛି। ଚିନ୍ତାଶୀଳ ହେବେ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ସିଂହ : ବାସଗୃହ ପ୍ରଦୂଷଣମୁକ୍ତ ରହିବ। ଯାନବାହନ ସୁଖ ମିଳିପାରେ। ଭାଗ୍ୟଶାଳୀ ହେବେ। ସମ୍ମାନିତ ହୋଇପାରନ୍ତି। ଧନଯୁକ୍ତ ହେବେ। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ। ପରୋପକାରୀ ହେବେ। ଦାନୀ ହେବେ।

କନ୍ୟା : ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସରକାରଙ୍କ କୃପାରୁ ଧନସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି।

ତୁଳା : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ ହେବେ। ଅଳ୍ପକେ ସନ୍ତୁଷ୍ଟ ହେବେ। ମନ ଖୁସି ରହିବ।

ବିଛା : ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ଓ ସୁସଂଗଠିତ ଶରୀର ସମ୍ପନ୍ନ ହେବେ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଲାଭ କରିବେ।

ଧନୁ : ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁ ପୋଷକ ହୋଇପାରନ୍ତି। ସ୍ତ୍ରୀ-ପୁତ୍ର ସଂଯୁକ୍ତ ହେବେ। କ୍ରୀଡ଼ା ପ୍ରେମୀ ହେବେ। ଚିତ୍ତସନ୍ତୁଷ୍ଟ ରହିବ। ସତ୍‌ପୁତ୍ର ଲାଭ କରିବେ।

ମକର : ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହଯୋଗ ମିଳିବ। ପ୍ରଚୁର ଧନ ପ୍ରାପ୍ତିର ସୂଚନା ମିଳୁଛି। ଭୋଗ ବିଳାସ କରିପାରନ୍ତି। ଦାତା, ଭୋକ୍ତା, ଧନୀ ଓ ମାନୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନ ପ୍ରାପ୍ତ ହେବ।

କୁମ୍ଭ : ରାଜ ତୁଲ୍ୟ ହେବେ। ଆଧିପତ୍ୟ ବିସ୍ତାର କରିପାରନ୍ତି। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ। ବାସଗୃହ ପ୍ରଦୂଷଣମୁକ୍ତ ରହିବ।

ମୀନ : ଧନବାନ୍‌ ହେବେ। ମହିଳାମାନଙ୍କ ମନ ନେବାରେ ପାରଙ୍ଗମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ। ସୁବର୍ଣ୍ଣାଦି ପ୍ରାପ୍ତିର ସୂଚନା ମିଳୁଛି।

Comments are closed.