www.samajalive.in
Sunday, December 7, 2025
18.1 C
Bhubaneswar

୪୮ଏମପି କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ଅନର ଭ୍ୟୁ-୨୦’

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ୱାୱେର ବ୍ରାଣ୍ଡ ‘ଅନର’ ଭାରତରେ ନିଜର ନୂଆ ସ୍ମାର୍ଟଫୋନ ‘ଅନର ଭ୍ୟୁ-୨୦’ ଲଞ୍ଚ କରିଛି। ମଙ୍ଗଳବାର  ଦିଲ୍ଲୀର ଗୁରୁଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଫୋନକୁ ଲଞ୍ଚ କରାଯାଇଛି। ଏହି ଫୋନରେ ଖାସ୍‍ କଥା ହେଉଛି ଏଥିରେ ରେଡମି ନୋଟ-୭ଭଳି ୪୮ମେଗାପିକ୍ସଲର କ୍ୟାମେରା ରହିଛି।

courtesy-moneycontrol

‘ଅନର ଭ୍ୟୁ-୨୦’ର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୪ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୨୫:୯ ରହିଛି। ଏଥିରେ ’ୱାୱେ’ର ଇନ୍ହା ଉସ୍‍ ହାଇସିଲିକନ୍‍ କିରିନ୍‍ ୯୮୦ପ୍ରୋସେସର, ୬ଜିବି/୮ଜିବି ରାମ ଏବଂ ୧୨୮ଜିବି/୨୫୬ଜିବି ଷ୍ଟୋରେଜ ମିଳିବ। ଅନରର ଏହି ଫୋନରେ ୪୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୨୫ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି। ୪୮ମେଗାପିକ୍ସେଲର କ୍ୟାମେରା ସହିତ ସୋନି ଆଇଏମ୍ଏାକ୍ସ ୫୮୬ସେନସର ରହିଛି । ଏହାବ୍ୟତୀତ ଫୋନରେ ୪,୦୦୦ଏମ୍ଏ ଚର ବ୍ୟାଟେରୀ ସହିତ ୨୨.୫ଡବ୍ଲୁ ସୁପରଚାର୍ଜର ସପୋର୍ଟ ମିଳିବ। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୩୭,୯୯୯ଟଙ୍କା। ଏବଂ ଏହାର ୮ଜିବି ରାମ ସହିତ ୨୫୬ଜିବି ଷ୍ଟୋରେଜର ମୂଲ୍ୟ ୪୫,୯୯୯ଟଙ୍କା। ଏହି ଫୋନ ସହିତ ୨,୯୯୦ଟଙ୍କାର ବ୍ଲୁଟୁଥ ହେଡଫୋନ ମାଗଣାରେ ପାଇପାରିବେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories