www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ୱକପ୍‍ ହକି: ୩୦ ସୁଦ୍ଧା ସରିବ ଷ୍ଟାଡ଼ିୟମ କାର୍ଯ୍ୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଓ ଭାରତରେ ତୃତୀୟ ଥର ପାଇଁ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାକୁ ସଫଳ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ଷ୍ଟାଡ଼ିୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକୁ ଚଳିତ ମାସ ଶେଷ ସୁଦ୍ଧା ଶେଷକରିବା ନେଇ ଲକ୍ଷ୍ୟ ରହିଛି।
ଷ୍ଟାଡ଼ିୟମରେ ଦର୍ଶକ କ୍ଷମତା ବୃଦ୍ଧି ନେଇ ହୋଇଥିବା ଗ୍ୟାଲେରୀ ସଂପ୍ରସାରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂତନ ଭାବେ ନିର୍ମିତ ଗ୍ୟାଲେରୀ ଗୁଡ଼ିକରେ ଚେୟାର ଖଞ୍ଜାଯିବା କାମ ଚାଲିଥିବାବେଳେ ଏହାକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଖେଳାଳିମାନଙ୍କ ଲାଗି ଉଦ୍ଦିଷ୍ଟ ଚେଞ୍ଜିଂ ରୁମ୍‍ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଅଭ୍ୟାସ ଓ ମୁଖ୍ୟ ପଡ଼ିଆ ନୂତନ ସିନ୍ଥେଟିକ୍‍ ଆଥ୍‍ଲେଟିକ ଟ୍ରାକ୍‍ ବିଛାଯିବା କାର୍ଯ୍ୟ ଶେଷ ହୋଇଛି। ଦୁଇ ଗ୍ରାଉଣ୍ଡରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବା ଲକ୍ଷ୍ୟ ରହିଛି। ହକି ଗ୍ରାଉଣ୍ଡରେ ସିନ୍ଥେଟିକ୍‍ ଟର୍ଫ, ଖେଳାଳିମାନଙ୍କ ଲାଗି ଡ୍ରେସିଂ ରୁମ୍‍, ଅଭ୍ୟାସ ପଡ଼ିଆରେ ଚେଞ୍ଜିଂ ରୁମ ଓ ହକି ଗ୍ୟାଲେରୀ ସଂପ୍ରସାରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରାଯିବ ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗ ସ୍ୱତନ୍ତ୍ର ଅଧିକାରୀ ଚଞ୍ଚଲ ରାଣା କହିଛନ୍ତି। ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିବା ନେଇ ୯ଟି କମିଟି ଗଠନ କରାଯାଇଛି। ଉକ୍ତ କମିଟି ନିଜନିଜର ଦାୟିତ୍ୱକୁ ସୂଚାରରୂପେ ପ୍ରତିପାଦନ କରିବା ନେଇ ମନିଟିରିଂ କରାଯାଉଛି। ହକି ବିଶ୍ୱକପର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ନେଇ ମଧ୍ୟ ଯୋଜନା ହାତକୁ ନିଆଯାଇଛି। ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତାକୁ ପ୍ରତିଟି ଭାରତୀୟଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ୩୬୦ ଡିଗ୍ରୀ ବିଶ୍ୱକପ ଜ୍ୱର ହାଟବିଟ୍‍ସ ଅଫ ହକି ଯୋଜନା ପରେ ଏବେ ୧୦୦ ଦିନିଆ ଅବଗଣନା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୁଷ ବିଶ୍ୱକପ ହକି-୧୦୦ ଦିନ ଅବଗଣନା ଆରମ୍ଭ ହେବ। ଉକ୍ତ ଅବଗଣନା ଚଳିତ ଅଗଷ୍ଟ ୨୦ରୁ କଳିିଙ୍ଗ ଷ୍ଟାଡ଼ିୟମରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୁରୁଷ ବିଶ୍ୱକପ ହକି -୧୦୦ ଦିନ ଅବଗଣନା ସାରା ରାଜ୍ୟରେ ପ୍ରଚାରିତ ହେବାକୁ ନିଷ୍ପତ୍ତି ହୋଇଛି।୧୬ରେ କଳିଙ୍ଗ ଷ୍ଟାଡ଼ିୟମରେ ମାନବଶୃଙ୍ଖଳ ଆୟୋଜିତ ହେବାବେଳେ ୧୭ରେ କଳିଙ୍ଗ ଷ୍ଟାଡିୟମ ଓ ୧୮ରେ ପୁନର୍ବାର କୋଣାର୍କରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ମାନବଶୃଙ୍ଖଳ ଆୟୋଜିତ ହେବ। ଏହାଦ୍ୱାରା ସାରା ରାଜ୍ୟରେ ହକିକୁ ଅଧିକ ଲୋକପ୍ରିୟତା କରିବାରେ ସହାୟକ ହେବ ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ରାଣା କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories