www.samajalive.in
Sunday, December 14, 2025
18.1 C
Bhubaneswar

ସୁପ୍ରିମକୋର୍ଟଙ୍କ ରାୟକୁ ବିନୋଦଙ୍କ ସ୍ୱାଗତ

ନୂଆଦିଲ୍ଲୀ : ବିସିସିଆଇର କ୍ରିକେଟ ପ୍ରଶାସକ କମିଟି (ସିଓଏ)ର ମୁଖ୍ୟ ବିନୋଦ ରାୟ ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ବିଶେଷକରି ବିସିସିଆଇ ଓ ରାଜ୍ୟ କ୍ରିକେଟ ଆସୋସିଏସନ୍‍ର କର୍ମକର୍ତ୍ତା କ୍ରମାଗତ ୨ଟି କାର୍ଯ୍ୟକାଳ ଦାୟିତ୍ୱରେ ରହିପାରିବେ ବୋଲି ସୁପ୍ରିମକୋର୍ଟ ଯାହା କହିଛନ୍ତି; ତାହା ଯଥାର୍ଥ ବୋଲି ବିନୋଦ କହିଛନ୍ତି। ଲୋଧା କମିଟିଙ୍କ ସୁପାରିସରେ ପଦାଧିକାରୀଙ୍କ ଗୋଟିଏ କାର୍ଯ୍ୟକାଳ ପରେ ୩ ବର୍ଷର ଅନ୍ତର ରହିବ ବୋଲି କୁହା ଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ସୁପାରିସକୁ ବଦଳାଇ କ୍ରମାଗତ ୨ଟି କାର୍ଯ୍ୟକାଳ ପରେ ୩ ବର୍ଷର ଅନ୍ତର ରହିବ ବୋଲି ରାୟ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଉପରୋକ୍ତ ରାୟ ପରେ ନିଶ୍ଚିତ ହୋଇଯାଇଛି ଯେ ଏବେ କାର୍ଯ୍ୟକାରୀ ସମ୍ପାଦକ ଥିବା ଅମିତାଭ ଚୌଧୁରୀ ଓ କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଥିବା ଅନିରୁଦ୍ଧ ଚୌଧୁରୀ ଆଗାମୀ ନିର୍ବାଚନ ଲଢ଼ିପାରିବେ। ବିନୋଦ ରାୟ କହିଛନ୍ତି, ସୁପ୍ରିମକୋର୍ଟଙ୍କର ଏହା ଏକ ଚମତ୍କାର ରାୟ। କର୍ମକର୍ତ୍ତା ଲାଗଲାଗ ୨ଟି କାର୍ଯ୍ୟକାଳ ରହିବାରେ କୌଣସି ଅସୁବିଧା ନାହିଁ। ପୂର୍ବରୁ କର୍ମକର୍ତ୍ତାଙ୍କର ୬ ବର୍ଷର କାର୍ଯ୍ୟକାଳ ପରେ ଅନ୍ତର ରଖିବା ପାଇଁ ପ୍ରସ୍ତାବ ଦେଇଥିଲି। ବିନୋଦ ଆହୁରି କହିଛନ୍ତି ଯେ ନୂତନ ସମ୍ବିଧାନକୁ ଗ୍ରହଣ କରିବା; ନଚେତ୍‍ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହା ଉଚିତ ପଦକ୍ଷେପ। ସମସ୍ତ ରାଜ୍ୟ ଆସୋସିଏସନ୍‍ ଏହି ନୂତନ ସମ୍ବିଧାନକୁ ଗ୍ରହଣ କରିନେଲେ, ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଯିବ। ଯେଉଁ ରାଜ୍ୟ କ୍ରିକେଟ ଆସୋସିଏସନ୍‍ ନୂତନ ସମ୍ବିଧାନକୁ ଗ୍ରହଣ ନ କରିବେ; ତାଙ୍କ ବିରୋଧରେ ସିଓଏ ସୁପ୍ରିମକୋର୍ଟ ଯିବ ବୋଲି ବିନୋଦ ଚେତାବନୀ ଦେଇଛନ୍ତି। ପୁଣି ସମସ୍ତ ମୂଳ ସଦସ୍ୟଙ୍କ ଭୋଟ୍‍ଦାନ ଅଧିକାର ବଜାୟ ରହିଥିବାରୁ ବିନୋଦ ଖୁସି ବ୍ୟକ୍ତ କରିଛନ୍ତି। ସିଓଏର ଅନ୍ୟ ଜଣେ ସଦସ୍ୟା ଡାଏନା ଏଡୁଲ୍‍ଜି ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ଏହାସହ ସେ କହିଛନ୍ତି ଯେ ଅଦାଲତ ରାୟ ଦେଇଥିବାରୁ ଏହା ସଠିକ୍‍ ଭାବେ ଲାଗୁହେଉଛି କି ନାହିଁ; ତାହା ଦେଖିବାର ଦାୟିତ୍ୱ ସିଓଏର। ତେବେ ସମସ୍ତେ ଏହି ରାୟକୁ ମାନିନେବେ ଏବଂ କ୍ରିକେଟ ଆଗକୁ ବଢ଼ିବ ବୋଲି ଏଡୁଲ୍‍ଜି ଆଶାପ୍ରକାଶ କରିଛନ୍ତି। ବିସିସିଆଇ ଅଧିକାରୀଙ୍କ ବିରୋଧରେ ଆମର କିଛି ବ୍ୟକ୍ତିଗତ ସମସ୍ୟା ନାହିଁ। ସୁପ୍ରିମକୋର୍ଟ ଆମକୁ ନିଯୁକ୍ତି ଦେଇଛନ୍ତି ଏବଂ ଆମେ ଆମ କାମ କରିଚାଲିଛୁ।
ଏଣେ ବିସିସିଆଇର ପୂର୍ବତନ ସମ୍ପାଦକ ତଥା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‍ର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ଏକ ରାଜ୍ୟ, ଏକ ଭୋଟ୍‍ ସୁପାରିସକୁ ସୁପ୍ରିମକୋର୍ଟ ନାକଚ କରି ଦେଇଥିବାରୁ ମହାରାଷ୍ଟ୍ର ଓ ଗୁଜରାଟର ୩ଟି ଲେଖାଏଁ ଆସୋସିଏସନ୍‍ ବିସିସିଆଇରେ ଭୋଟ୍‍ଦାନ ଅଧିକାର ପାଇବେ। କ୍ରିକେଟ୍‍ର ଉନ୍ନତି ପାଇଁ ସୌରାଷ୍ଟ୍ର, ବରୋଦା, ମୁମ୍ବଇ ଓ ବିଦର୍ଭ ଭଳି ଆସୋସିଏସନ୍‍ କାର୍ଯ୍ୟ କରି ଆସୁଛନ୍ତି। ତେଣୁ ସେମାନଙ୍କର ଭୋଟଦାନ ଅଧିକାର ରହିବା ସ୍ୱାଭାବିକ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories