ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି ପ୍ରସ୍ତାବ ନାହିଁ: କେନ୍ଦ୍ର

0

ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରାଯିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି.ଚୌଧୁରୀ ଶୁକ୍ରବାର ରାଜ୍ୟସଭାକୁ ସୂଚିତ କରିଛନ୍ତି। ବର୍ତ୍ତମାନ ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ୬୨ ବର୍ଷ ଥିବାବେଳେ ଏହାକୁ ୬୫ ବର୍ଷକୁ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଥିଲା। ୨୦୧୦ରେ ତତ୍କାଳୀନ ୟୁପିଏ ସରକାରଙ୍କ ଅମଳରେ ହାଇକୋର୍ଟ ବିଚାରପତିଙ୍କ ଅବସର ବୟୟସୀମା ବୃଦ୍ଧି ସଂକ୍ରାନ୍ତରେ ଏକ ବିଲ୍‌ ଆଗତ କରାଯାଇଥିଲା। ତେବେ ସଂସଦରେ ଏହା ଉପରେ କୌଣସି ଆଲୋଚନା ହୋଇପାରିନଥିଲା ଏବଂ ୨୦୧୪ରେ ୧୫ଶ ଲୋକସଭା ଭଙ୍ଗ ହେବାସହିତ ଏହି ବିଲ୍‌ର କାର୍ୟ୍ୟକାଳ ମଧ୍ୟ ଶେଷ ହୋଇଯାଇଥିଲା। ବର୍ତ୍ତମାନ ଦେଶର ୨୪ଟି ହାଇକୋର୍ଟରେ ୪୦୬ ଜଣ ବିଚାରପତିଙ୍କ ଅଭାବ ରହିଥିବାବେଳେ ବିଭିନ୍ନ ଅଦାଲତରେ ତିନି କୋଟି ମାମଲା ବିଚାରାଧୀନ ରହିଛି ବୋଲି ଚୌଧୁରୀ କହିଛନ୍ତି।

Leave A Reply