www.samajalive.in
Sunday, December 7, 2025
26.1 C
Bhubaneswar

ଏହି ଉପାୟ ଦ୍ୱାରା ଦୂର ହୋଇଥାଏ ହାଡ଼ ଜନିତ ସମସ୍ୟା

ବୟସ ଯାହା ବି ହେଉ ସଭିଁଙ୍କୁ ମଜବୁତ ହାଡ଼,ସୁସ୍ଥ ଶରୀରର ଆବଶ୍ୟକ ରହିଛି। ଆମର ହାଡ଼ କ୍ୟାଲସିୟମ ଛଡ଼ା ବହୁ ପ୍ରକାରର ମିନେରାଲ୍ସ୍‍ ମିଶି ପ୍ରସ୍ତୁତ ହୋଇଥାଏ। ଜୀବନରେ ଖାଦ୍ୟପେୟର ଅନିୟମିତତା ହେଉ ଅଥବା ବୟସର ବୃଦ୍ଧି ହେଉ ଶରୀରରେ ମିନେରାଲ୍ସ୍‍ର ମାତ୍ରା କମିଥାଏ , କିମ୍ବା ଶେଷ ହୋଇଥାଏ। ଯାହାଫଳରେ ହାଡ଼ ଘସି ହୋଇଥାଏ ଏବଂ ଏହା ଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ। ଫଳରେ କାମ କରିବାର ଆଗ୍ରହ କମିଥାଏ। ସାଧାରଣ ମାଡ଼ ହୋଇଗଲେ , ହାଡ଼ ଭାଙ୍ଗିଯାଏ। ବହୁ ସାଧାରଣ ଉପାୟ ଅବଲମ୍ବନ କରି ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା।
ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ସଭିଁଙ୍କୁ ବହୁଳ ମାତ୍ରାରେ କ୍ୟାଲସିୟମର ଆବଶ୍ୟକତା ରହିଛି। ମଜବୁତ ହାଡ଼ ପାଇଁ ଭିଟାମିନ ଡ଼ିର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଭିଟାମିନ ଡ଼ି ଥିବା ସମସ୍ତ ଖାଦ୍ୟ ଖାଇବା ସହ ନିୟମିତ କ୍ଷୀର ପିଇବା ନିତ୍ୟାନ୍ତ ଜରୁରୀ ଅଟେ। ଏହା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ।
ନିୟମିତ ସକାଳୁ ଉଠି ବ୍ୟାୟାମ କରିବା ଶରୀର ପାଇଁ ଖୁବ ଉତ୍ତମ ଅଟେ। ନିୟମିତ ସକାଳ ୪ ରୁ ୫ ଟା ମଧ୍ୟରେ ବ୍ୟାୟାମ କଲେ, ଶରୀରର ସୁସ୍ଥ ରହିବା ସହ ହାଡ଼ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ମହିଳାମାନଙ୍କୁ କ୍ୟାଲସିୟମର ଅଧିକ ଆବଶ୍ୟକତା ରହିଛି। ତେଣୁ ମହିଳାମାନେ ନିୟମିତ ବ୍ୟାୟାମ କରିବା ସହ ନିଜ ଖାଦ୍ୟରେ କ୍ଷୀର, ସବୁଜ ପନିପରିବା, ମାଛ, ମାଂସ ଆଦି ସମସ୍ତ ପ୍ରକାର ଖାଦ୍ୟ ଖାଇବା ଉଚିତ।
ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଠାରେ ହାଡ଼ ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ। ତେଣୁ ସେମାନେ ନିୟମିତ ବ୍ୟାୟାମ କରିବା ସହ ୧ରୁ ୨ କିଲୋମିଟର ସକାଳ ସମୟରେ ଚାଲିବା ଅଧିକ ଲାଭଦାୟକ ଅଟେ। ଭିଟାମିନ ଥିବା ସମସ୍ତ ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ।
ଅଲିଭ ଅଏଲ ଖାଇବା ଦ୍ୱାରା ହାଡ଼ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories