www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ପତ୍ରର ଚତ୍ମକାରୀ ଗୁଣ ବିଷୟରେ ଜାଣିଛନ୍ତି କି ? ଆପଣେଇଲେ ହେବେ ଲାଭବାନ

ବହୁ ସବୁଜ ଜାତୀୟ ପତ୍ରର ଭିନଭିନ୍ନ ଉପକାରିତା ରହିଛି। ଯେପରି ଭୁସଙ୍ଗପତ୍ରର ବହୁ ଲାଭଦାୟକ ଗୁଣ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀର ବହୁ ପରିମାଣରେ ସୁସ୍ଥ ରହିଥାଏ। ଭୁସଙ୍ଗ ପତ୍ରରେ କାର୍ବୋହାଇଡ଼୍ରେଡ଼, ଫସଫରସ, ପ୍ରୋଟିନ, ଭିଟାମିନ ଏ,ସି,କେ ଆଦି ରହିଛି।
ନିଦ –
ବହୁ ଲୋକଙ୍କୁ ଅଧିକ ସମୟ ନିଦ ଓ ଅଳସୁଆ ଲାଗିଥାଏ। ସେମାନେ ପ୍ରତିଦିନ ୬ରୁ ୭ଟି ଭୁସଙ୍ଗ ପତ୍ର ନିୟମିତ ଏକ ମାସ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ମଧୁମେହ –
ଅଳ୍ପ କିଛି ଗୋଲମରିଚ ଓ ୬ରୁ ୭ଟି ଭୁସଙ୍ଗପତ୍ରକୁ ମିଶାଇ ଛେଚି ଦିଅନ୍ତୁ। ଏହାକୁ ମଧୁମେହ ରୋଗୀ ଖାଇଲେ ସେମାନଙ୍କ ଏହି ରୋଗର ମାତ୍ରା ବଢି ନଥାଏ ଓ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇରହିଥାଏ।
ନିୟମିତ ୨ରୁ ୩ଟି ଭୁସଙ୍ଗପତ୍ର ଖାଇବା ଦ୍ୱାରା ଶରୀରରେ ହଜମ କ୍ରିୟା ସଠିକ୍‍ ରହିଥାଏ।
ଅଣ୍ଟା ବିନ୍ଧା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ।
ଏହାକୁ ନିୟମିତ ଖାଇବା ଦ୍ୱାରା ଏହା କେଶର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ। ଯେପରି କେଶରେ ହେଉଥିବା ରୂପିକୁ ଦୂର କରିଥାଏ। କେଶକୁ ମୋଟା କରିବା ସହ କେଶ ଉପୁଡ଼ିବା ମଧ୍ୟ କମାଇଥାଏ।
ଏହାକୁ ନିୟମିତ ଖାଇବା ଦ୍ୱାରା ଚର୍ମ ସୁସ୍ଥ ରହିଥାଏ। ଚର୍ମ ଜନିତ କୌଣସି ରୋଗ ହୋଇନଥାଏ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories