www.samajalive.in
Saturday, December 6, 2025
17.1 C
Bhubaneswar

ଥାଇରଏଡ଼ ରୋଗୀ ପାଇଁ ଖାଦ୍ୟ ସହ ଜଡ଼ିତ କିଛି ଟିପ୍ସ

ବର୍ତ୍ତମାନର ସମୟରେ ଥାଇରଏଡ଼ ରୋଗ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଭିନ୍ନ ପ୍ରକାରର ଚିନ୍ତା, ଖାଦ୍ୟରେ ଆୟୋଡ଼ିନର ମାତ୍ରା କମ୍‍ କିମ୍ବା ଅଧିକ ହେଲେ ଥାଇରଏଡ଼ ସମସ୍ୟା ଦେଖାଯାଇଥାଏ। ଏହା ବ୍ୟତୀତ ପରିବାରର କୌଣସି ସଦସ୍ୟଙ୍କୁ ଥାଇରଏଡ଼ ଥିଲେ ଅନ୍ୟ ସଦସ୍ୟଙ୍କୁ ହେବାର ଅଧିକ ସମ୍ଭାବନା ଥାଏ। ପୁରୁଷ ମାନଙ୍କ ତୁଳନାରେ ମହିଳାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଥାଆନ୍ତି। ଥାଇରଏଡ଼ ଥିବା ରୋଗୀମାନେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ଜାଣନ୍ତୁ ….
ଏହି ରୋଗୀମାନେ ନିୟମିତ ଏକ ଗ୍ଲାସ କ୍ଷୀର ପିଇବା ଉଚିତ। ଫଳ ମଧ୍ୟରେ ଆମ୍ବ,ତରଭୁଜ ଆଦି ଖାଇବା ଉଚିତ।
ଖାଦ୍ୟରେ ନିୟମିତ ଗୋଟା ଡ଼ାଲଚିନି, ଅଦା, ରସୁଣ, ଧଳା ପିଆଜ ଖାଦ୍ୟଦ୍ରବ୍ୟରେ ପ୍ରୟୋଗ କରି ଖାଇବା ଉଚିତ।
ଖେଚେଡ଼ି ଖାଇବା ମଧ୍ୟ ଲାଭଦାୟକ ଅଟେ।
ଖାଦ୍ୟ ସାମଗ୍ରୀକୁ ନଡ଼ିଆ ତେଲରେ ରୋଷେଇ କରି ଖାଇବା ଉଚିତ।
ସକାଳ ସମୟର ଖରାରେ ନିୟମିତ ୧୦ ରୁ ୧୫ ମିନିଟ ରହିବା ମଧ୍ୟ ଲାଭଦାୟକ ଅଟେ। 
ଯେଉଁ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ନେଉଥାଏ, ଏହି ରୋଗୀ ମାନେ ଖାଇବା ଅନୁଚିତ।
ଅଧିକ ଥଣ୍ଡା ଜାତୀୟ ଖାଦ୍ୟଦ୍ରବ୍ୟ କିମ୍ବା ପାନୀୟ ଖାଇବା ଉଚିତ ନୁହେଁ।
ଅଧିକ ରାଗ, ମସଲା ଜାତୀୟ ଓ ବଜାରର ଖାଦ୍ୟଦ୍ରବ୍ୟ ଖାଇବା ଅନୁଚିତ।
ଦହି ଖାଇବା ଉଚିତ ନୁହେଁ।
ବାସୀ ଖାଦ୍ୟ ଖାଇବା ଅନୁଚିତ।
ପାଳଙ୍ଗଶାଗ, ବନ୍ଧାକୋବି, ଫୁଲକୋବି, ମୂଳା, ମକା,ଛେଳି ମାଂସ, ବିଟ ଆଦି ଅଧିକ ପରିମାଣରେ ଖାଇବା ଉଚିତ ନୁହେଁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories