www.samajalive.in
Saturday, December 6, 2025
15.1 C
Bhubaneswar

ଏହି ଖାଦ୍ୟପାନୀୟ ଦାନ୍ତ ଉପରେ ପକାଏ କୁପ୍ରଭାବ

ଧଳା ମୋତି ଭଳି ଦାନ୍ତ ସମସ୍ତଙ୍କ ହସର ସୁନ୍ଦରତାକୁ ଦୁଇ ଗୁଣିତ କରିଦିଏ। ବହୁ ଲୋକେ ଦାନ୍ତକୁ ଧଳା କରିବା ପାଇଁ ବିଭିନ୍ନ କେମିକାଲର ଦ୍ରବ୍ୟର ବ୍ୟବହାର କରିଥାଆନ୍ତି। ମାତ୍ର ଏହା ସଭିଁଙ୍କୁ ହୁଏତ ଜଣାନଥିବ ଯେ ବହୁ ଖାଦ୍ୟପଦାର୍ଥର ପ୍ରଭାବରୁ ଦାନ୍ତ ଉପରେ ଓ ଏହାର ରଙ୍ଗ ଉପରେ କୁପ୍ରଭାବ ପକାଇବା ସହ ଦାଗ ମଧ୍ୟ ହୋଇଯାଏ। ଜାଣନ୍ତୁ ସେହି ଖାଦ୍ୟଦ୍ରବ୍ୟ ବିଷୟରେ ….
ବ୍ଲାକ୍‍ ଟି –
ବହୁ ଲୋକଙ୍କୁ ବ୍ଲାକ୍‍ ଟି ପିଇବା ଖୁବ ପସନ୍ଦ। ଏଥିରେ ଅଧିକ ମାତ୍ରାରେ ଟେନିନ ରହିଛି। ଫଳରେ ଏହାକୁ ନିୟମିତ ପିଇବା ଦ୍ୱାରା ଦାନ୍ତ ଦାଗ ହୋଇଯାଏ। ତେଣୁ ନିୟମିତ ବ୍ଲାକ୍‍ ଟି ପିଇବା ଦାନ୍ତ ପାଇଁ ଲାଭଦାୟକ ନୁହେଁ।
ମୃଦୁ ପାନୀୟ –
ମୃଦୁ ପାନୀୟ ପିଇବା ଦ୍ୱାରା ମଧ୍ୟ ଦାନ୍ତ ଉପରେ କୁପ୍ରଭାବ ପଡିଥାଏ। ଏଥିରେ କୃତ୍ରିମ କେମିକାଲ ରଙ୍ଗର ବ୍ୟବହାର ହୋଇଥାଏ। ଯାହାଦ୍ୱାରା ଏହା ଦାନ୍ତ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ। ଏହାକୁ ଖୁବ୍ କମ ପରିମାଣରେ ଏବଂ ଷ୍ଟ୍ର ଦ୍ୱାରା ପିଇବା ଆବଶ୍ୟକ ଅଟେ।
ବିଟ୍ –
ବିଟର ରଙ୍ଗ ମଧ୍ୟ ଦାନ୍ତ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଏହାକୁ ଭଲ ଭାବେ ଧୋଇ ଅନ୍ୟ ପରିବାରେ ମିଶାଇ ପ୍ରସ୍ତତ ହୋଇଥିବା ଖାଦ୍ୟ ସହ ଏହାକୁ ଖାଆନ୍ତୁ।
ଫଳ ରସ –
ବଜାରରେ ମିଳୁଥିବା ଫଳରସରେ ବିଭିନ୍ନ ପ୍ରକାରର କେମିକାଲ ରଙ୍ଗର ବ୍ୟବହାର ହୋଇଥାଏ। ଏହା ଦାନ୍ତର ରଙ୍ଗ ଉପରେ କୁପ୍ରଭାବ ପକାଏ। ଦାନ୍ତରେ ବିଭିନ୍ନ ଦାଗ ମଧ୍ୟ ହୋଇଥାଏ। ତେଣୁ ଘରେ ପ୍ରସ୍ତୁତ କରି ଫଳରସ ପିଇବା ଉଚିତ । ଏହାକୁ ମଧ୍ୟ ଷ୍ଟ୍ରରେ ପିଇବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories