www.samajalive.in
Saturday, December 6, 2025
14.1 C
Bhubaneswar

ଗାଧୁଆ ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ବେଲପାହାଡ ଭରୁଆମୁଣ୍ଡା ଗ୍ରାମରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୃତଦେହ ଗାଧୁଆ ଘର ଟାଙ୍କି ଭିତରୁ ମିଳିଛି। ମୃତକଙ୍କ ନାମ ରଶ୍ମିତା। ଏ ଘଟଣାକୁ ନେଇ ପୁଲିସ ନାବାଳିକାଙ୍କ ସାବତ ମାଆଙ୍କୁ ସନ୍ଦେହରେ ଗିରଫ କରିଥିବା ଜଣାପଡିଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଭରୁଆମୁଣ୍ଡା ଗ୍ରାମର ପ୍ରଦୀପ ମେହେରଙ୍କ ଝିଅ ରଶ୍ମିତା ଗୁରୁବାର ଅପରାହ୍ନ ଠାରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ବେଲପାହାଡ ଥାନାରେ ଖବର ଦେଇଥିଲେ। ତେବେ ଗୁରୁବାର ସନ୍ଧ୍ୟା ସମୟରେ ଗାଧୁଆ ଘର ଟାଙ୍କିରୁ ତାଙ୍କ ମୃତଦେହ ମିଳିଥିଲା।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories