www.samajalive.in
Sunday, December 7, 2025
15.1 C
Bhubaneswar

କଂଗ୍ରେସର “ବିଭାଜନ ଓ ଶାସନ ନୀତି’ ସମ୍ପର୍କରେ ଦେଶବାସୀ ଅବଗତ:ପିଏମ୍‍

ନୂଆଦିଲ୍ଲୀ: ଦେଶର ପ୍ରମୁଖ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମଠାରେ ଆୟୋଜିତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତବାସୀ କଂଗ୍ରେସର ପ୍ରାଥମିକତା ସମ୍ପର୍କରେ ବେଶ୍‍ ଭଲଭାବେ ଅବଗତ ହୋଇ ଯାଇଛନ୍ତି। କଂଗ୍ରେସ କେବଳ ବିଭାଜନ ଓ ଶାସନ ନୀତିରେ ବିଶ୍ୱାସ ରଖୁଥିବାରୁ କିଛି ରାଜ୍ୟରେ ସୀମିତ ହୋଇଯାଇଛି। ଅପରପକ୍ଷରେ ବିଜେପି କେବଳ ବିକାଶ ପାଇଁ କାର୍ଯ୍ୟ କରିବାରେ ବିଶ୍ୱାସ କରେ। ତେଣୁ “ସବକା ସାଥ, ସବକା ବିକାଶ’ ନାରା ନେଇ ବିଜେପି ଦେଶର ବିଭିନ୍ନ ପ୍ରାନ୍ତରରେ ଲୋକାଦୃତ ହେଉଛି। ମିଜୋରାମ ବିଧାନସଭା ନିର୍ବାଚନ ପ୍ରଚାର ସଭାରେ ବିଗତ କିଛି ମାସ ପୂର୍ବେ କଂଗ୍ରେସ ପୂର୍ବ ଭାରତୀୟଙ୍କ ପରିଧାନ ଓ ସେମାନଙ୍କ ପରମ୍ପରାକୁ ଅପମାନ କରିଥିବା ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କଂଗ୍ରେସର ବାସ୍ତବତା ଓ ଉଦ୍ଦେଶ୍ୟ ଜାଣି ରଖିବା ଉଚିତ ବୋଲି ପ୍ରକାଶ କରିଥିଲେ। କୌଣସି ଦେଶ, ଅଞ୍ଚଳ ତା’ର ପରମ୍ପରା, ନୀତି ଆଦର୍ଶକୁ ସାଙ୍ଗରେ ନେଇ ବିକାଶ କରିଥାଏ। ଦେଶର ପୂର୍ବଭାଗ ବିକଶିତ ହେଲେ ଦେଶ ବିକାଶ ହେବ ବୋଲି ନିର୍ବାଚନୀ ସଭାରେ ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories