www.samajalive.in
Saturday, December 13, 2025
26.1 C
Bhubaneswar

କଂଗ୍ରେସର “ବିଭାଜନ ଓ ଶାସନ ନୀତି’ ସମ୍ପର୍କରେ ଦେଶବାସୀ ଅବଗତ:ପିଏମ୍‍

ନୂଆଦିଲ୍ଲୀ: ଦେଶର ପ୍ରମୁଖ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମଠାରେ ଆୟୋଜିତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତବାସୀ କଂଗ୍ରେସର ପ୍ରାଥମିକତା ସମ୍ପର୍କରେ ବେଶ୍‍ ଭଲଭାବେ ଅବଗତ ହୋଇ ଯାଇଛନ୍ତି। କଂଗ୍ରେସ କେବଳ ବିଭାଜନ ଓ ଶାସନ ନୀତିରେ ବିଶ୍ୱାସ ରଖୁଥିବାରୁ କିଛି ରାଜ୍ୟରେ ସୀମିତ ହୋଇଯାଇଛି। ଅପରପକ୍ଷରେ ବିଜେପି କେବଳ ବିକାଶ ପାଇଁ କାର୍ଯ୍ୟ କରିବାରେ ବିଶ୍ୱାସ କରେ। ତେଣୁ “ସବକା ସାଥ, ସବକା ବିକାଶ’ ନାରା ନେଇ ବିଜେପି ଦେଶର ବିଭିନ୍ନ ପ୍ରାନ୍ତରରେ ଲୋକାଦୃତ ହେଉଛି। ମିଜୋରାମ ବିଧାନସଭା ନିର୍ବାଚନ ପ୍ରଚାର ସଭାରେ ବିଗତ କିଛି ମାସ ପୂର୍ବେ କଂଗ୍ରେସ ପୂର୍ବ ଭାରତୀୟଙ୍କ ପରିଧାନ ଓ ସେମାନଙ୍କ ପରମ୍ପରାକୁ ଅପମାନ କରିଥିବା ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କଂଗ୍ରେସର ବାସ୍ତବତା ଓ ଉଦ୍ଦେଶ୍ୟ ଜାଣି ରଖିବା ଉଚିତ ବୋଲି ପ୍ରକାଶ କରିଥିଲେ। କୌଣସି ଦେଶ, ଅଞ୍ଚଳ ତା’ର ପରମ୍ପରା, ନୀତି ଆଦର୍ଶକୁ ସାଙ୍ଗରେ ନେଇ ବିକାଶ କରିଥାଏ। ଦେଶର ପୂର୍ବଭାଗ ବିକଶିତ ହେଲେ ଦେଶ ବିକାଶ ହେବ ବୋଲି ନିର୍ବାଚନୀ ସଭାରେ ମନ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories