www.samajalive.in
Sunday, December 7, 2025
23.1 C
Bhubaneswar

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସରଳ ଉପାୟ

ଯେ କୌଣସି ସଂକ୍ରାମକ ରୋଗରୁ ବର୍ତ୍ତିବା ନିମନ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ଭଲ ଥିବା ଜରୁରୀ। କେତୋଟି ସହଜ ତଥା ସରଳ ଉପାୟରେ ପ୍ରତ୍ୟେକ ବୟସର ଲୋକ ନିଜ ସ୍ବାସ୍ଥ୍ୟକୁ ନୀରୋଗ ରଖିପାରିବେ।

– ସକାଳୁ ୫-୭ ମିନିଟ୍ ଧ୍ୟାନ କରିବା ସହ ଯୋଗାଭ୍ୟାସ କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ଛାତ ଉପରେ କିମ୍ବା ବାଲକୋନିରେ ୨୦-୨୫ ମିନିଟ୍ ଚଲାବୁଲା କରନ୍ତୁ, ଯେଉଁଠାରେ ସୂର୍ଯ୍ୟକିରଣ ବିଚ୍ଛୁରିତ ହୋଇପଡ଼ୁଥିବ।
– ରାତିରୁ ପାଣିରେ ୪-୫ଟି କିଶ୍‌ମିଶ୍ ବତୁରାଇ ରଖନ୍ତୁ। ସକାଳୁ ଉଠି ପ୍ରଥମେ ଖାଲିପେଟରେ ସେହି ବତୁରା କିଶ୍‌ମିଶ୍ ଖାଇ ପରେ ଅନ୍ୟ କାମ କରିବା ଉଚିତ। ଏଥିରେ ଥିବା ପଲିଫେନୋଲିକ୍ ଫାଇଟୋନ୍ୟୁଟ୍ରିଏଣ୍ଟସ୍‌‌ ଶରୀରକୁ ଥଣ୍ଡା, ସର୍ଦି ରୋଗ ସହ ଅନ୍ୟାନ୍ୟ ସଂକ୍ରମିତ ରୋଗରୁ ମଧ୍ୟ ରକ୍ଷା କରେ।
– ସକାଳବେଳା ଚା’ ପିଇବା ଅଭ୍ୟାସ ଥିଲେ, ସେଥିରେ ଅଦା ରସ ନିଶ୍ଚିତ ଭାବେ ମିଶାଇ ପିଅନ୍ତୁ। ଅଦା ରସ ଚା’ର ସ୍ବାଦ ବଢ଼ାଇବା ସହ ଆମ ଶରୀରକୁ ଶକ୍ତି ଯୋଗାଇଥାଏ। ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଭରପୂର ଅଦା ଚା’ ନିୟମିତ ପିଇ ଏକ ସୁସ୍ଥ ଜୀବନଶୈଳୀ ଅତିବାହିତ କରନ୍ତୁ।
– ବଜାରର ବିଭିନ୍ନ ପ୍ରକାର ରିଫାଇନ୍‌ ତେଲ ବ୍ୟବହାର ବନ୍ଦ କରି ବରଂ ଶୁଦ୍ଧ ଦେଶୀ ଘିଅ, ସୋରିଷ ତେଲ ଓ ନଡ଼ିଆ ତେଲ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଡାକ୍ତରୀଦଳଙ୍କ ମତରେ ଭାରତୀୟ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଉତ୍ତମ ହେବା ପଛର ଅନ୍ୟତମ ମୁଖ୍ୟ କାରଣ ହେଲା, ସେମାନେ ନାମୀଦାମୀ କମ୍ପାନୀର ରିଫାଇନ୍‌ ତେଲ ଖୁବ୍ କମ୍ ବ୍ୟବହାର କରନ୍ତି।
– ପ୍ରତ୍ୟେକ ବ୍ୟଞ୍ଜନରେ ରସୁଣ ବଟା ବ୍ୟବହାର କରନ୍ତୁ, ଯୁବପିଢ଼ି ଓ ବୟସ୍କଙ୍କର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ରସୁଣ ମହୌଷଧି ପରି କାମ କରେ।
– ଥଣ୍ଡା ପାଣି ପିଇବାର ଅଭ୍ୟାସ ବନ୍ଦ କରନ୍ତୁ। ଗ୍ରୀଷ୍ମ ଦିନେ ତାପମାତ୍ରା ଅଧିକ ବଢ଼ିଲେ, କଦବା କ୍ବଚିତ୍ ଆପଣ ଥଣ୍ଡା ପାଣି ପିଇପାରନ୍ତି। ହେଲେ ନିୟମିତ ଥଣ୍ଡା ପାଣି ପିଉଥିଲେ, ସେ ଅଭ୍ୟାସ ବନ୍ଦ କରିବା ଆବଶ୍ୟକ।
– ରାତିଭୋଜନରେ ଅଳ୍ପ ପରିମାଣର ଗୁଡ଼ ଖାଆନ୍ତୁ। ଏହା ଆପଣଙ୍କ ଶରୀର ପାଇଁ ହିତକାରୀ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories