www.samajalive.in
Saturday, December 6, 2025
16.1 C
Bhubaneswar

ଅନେକ ରୋଗରୁ ରକ୍ଷା କରେ କନ୍ଦମୂଳ

ବିଭିନ୍ନ କନ୍ଦ ଜାତୀୟ ପରିବା ମଧ୍ୟରୁ କନ୍ଦମୂଳ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହା ସବୁ ଋତୁରେ ଉପଲବ୍ଧ ହେଉଥିଲେ ମଧ୍ୟ ବିଶେଷ କରି ଶୀତ ଦିନରେ ବହୁଳ ମାତ୍ରାରେ ବଜାରରେ ମିଳିଥାଏ। ଏହା ଯେତିକି ସ୍ବାଦିଷ୍ଟ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ। କନ୍ଦମୂଳ ଖାଇବା ଦ୍ବାରା ଆମର ଅନେକ ଉପକାର ହୋଇଥାଏ। ଏହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଚାଲନ୍ତୁ ଜାଣିବା କନ୍ଦମୂଳ ଖାଇବା ଦ୍ବାରା ଆମକୁ କେଉଁ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ –

ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ :
କନ୍ଦମୂଳରେ ଭିଟାମିନ-ବି କମ୍ପଲେକ୍ସ, ଆଇରନ, ଫସଫରସ, ଭିଟାମିନ-ସି ଓ ବିଟା କ୍ୟାରୋଟିନ ପ୍ରଚୁର ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

- Advertisement -

ଶ୍ବାସ ରୋଗରୁ ମୁକ୍ତି ଦିଏ :
କନ୍ଦମୂଳ ଶରୀରକୁ ଗରମ ରଖିଥାଏ। ଏହା ଶ୍ବାସ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ। ଏଥିରେ ଭିଟାମିନ-ସି ମଧ୍ୟ ରହିଥାଏ। ଏହାକୁ ସେବନ କରିବା ଦ୍ବାରା ବ୍ରଙ୍କାଇଟିସ୍ ଏବଂ ଫୁସଫୁସ ଜନିତ ସମସ୍ୟାରୁ ଆରାମ ମିଳିଥାଏ।

ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ଦିଏ :
କନ୍ଦମୂଳରେ ମାଗ୍ନେସିୟମ, ଜଙ୍କ୍, ବୀଟା କ୍ୟାରୋଟିନ ଏବଂ ଭିଟାମିନ ବି କମ୍ପଲେକ୍ସ ରହିଥାଏ। ଏଥିପାଇଁ ଏହା ଆଣ୍ଠୁଗଣ୍ଠି ଜନିତ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ପାଚନ ତନ୍ତ୍ର ପାଇଁ ଲାଭଦାୟକ :
ଖାଦ୍ୟ ହଜମ ପାଇଁ ଶରୀରରେ ଫାଇବର ରହିବା ନିହାତି ଜରୁରୀ ହୋଇଥାଏ। କନ୍ଦମୂଳ ଫାଇବର ଯୁକ୍ତ ଖାଦ୍ୟ। କନ୍ଦମୂଳ ସ୍ବାଦିଷ୍ଟ ହୋଇଥାଏ ଏବଂ ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ ଏଥିପାଇଁ ଏହା ପାଚନ ତନ୍ତ୍ର ପାଇଁ ମଧ୍ୟ ଭଲ ହୋଇଥାଏ।

ହୃଦୟ ଜନିତ ସମସ୍ୟାରୁ ରକ୍ଷା କରିଥାଏ :
କନ୍ଦମୂଳରେ ବହୁତ ମାତ୍ରାରେ ପୋଟାସିୟମ ରହିଥାଏ। ଅଧିକ ମାତ୍ରାରେ ପୋଟାସିୟମର ସେବନ ଦ୍ବାରା ହୃଦଘାତ ଭୟ କମ୍ ହୋଇଥାଏ ଏବଂ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏଥିପାଇଁ କନ୍ଦମୂଳ ଖାଇବା ଦ୍ବାରା ହୃଦୟ ସମ୍ବନ୍ଧୀୟ ସମସ୍ତ ରୋଗ ଆପଣଙ୍କ ଠାରୁ ଦୂରେଇ ରହିଥାଏ।

ଓଜନ ନିୟନ୍ତ୍ରଣରେ ରହିଥାଏ :
କନ୍ଦମୂଳରେ ପ୍ରୋଟିନ, ଭିଟାମିନ, ମିନେରାଲ୍ସ ଆଦି ଭରପୁର ପରିମାଣରେ ଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories