ୱାସିଂଟନ୍ : ସର୍ବପ୍ରଥମ ଥର ପାଇଁ ଆମେରିକାର ମହାକାଶ ସଂସ୍ଥା ‘ନାସା’ ପକ୍ଷରୁ କେବଳ ମହିଳାଙ୍କୁ ମହାକାଶକୁ ପଠାଯାଉଛି। ଦେଶର ଦୁଇ ମହାକାଶଚାରୀ ଆନ୍ନି ମ୍ୟାକ୍େକ୍ଲନ୍ ଓ ଖ୍ରୀଷ୍ଟିନା କୋଚ୍ ଚଳିତ ମାସ ୨୯ରେ ମହାକାଶକୁ ଯିବେ ବୋଲି ରବିବାର ଘୋଷଣା କରାଯାଇଛି। ସେମାନେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍ ବାହାରେ ପଦଚାରଣ କରିବେ ବୋଲି କୁହାଯାଇଛି। ୧୯୮୪ରେ ରୁଷ୍ର ଶ୍ବେତଲାନା ସାବିସ୍କାୟା ପ୍ରଥମ ମହିଳା ଭାବେ ମହାକାଶକୁ ଯାଇଥିଲେ। ସାଲ୍ୟୁଟ୍-୭ ମହାକାଶ ଷ୍ଟେସନ୍ ବାହାରେ ପଦପାତ ପୂର୍ବକ ସେ ଇତିହାସ ସୃଷ୍ଟି କରିଥିଲେ। ଏହାର ୩୫ବର୍ଷ ବ୍ୟବଧାନରେ ପୁନର୍ବାର ଇତିହାସ ସୃଷ୍ଟି ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇ ମହାକାଶଚାରୀଙ୍କୁ ସହାୟତା ପାଇଁ କେବଳ ମହିଳାଙ୍କର ଏକ ଦଳ ଗଠନ କରାଯାଇଛି। ଏଥିରେ ମେରୀ ଲରେନ୍ସ ଓ କ୍ରିଷ୍ଟେନ୍ ଫେସିଅଲ ଏଥିରେ ସଦସ୍ୟା ଅଛନ୍ତି। ହଷ୍ଟନ୍ ମହାକାଶ ଯାନ ପ୍ରକ୍ଷେପଣ କେନ୍ଦ୍ରରେ ସେମାନେ ଆବଶ୍ୟକ କାର୍ଯ୍ୟ କରୁଛନ୍ତି। ଏମାନେ ସମସ୍ତେ ୨୦୧୩ରୁ ତାଲିମ ନେଉଛନ୍ତି।
Popular Categories



