www.samajalive.in
Saturday, December 6, 2025
19.1 C
Bhubaneswar

ଲଞ୍ଚ ହେଲା ହୋଣ୍ଡା ଇଣ୍ଡିଆର ‘ସ୍କୁଟର ଗ୍ରାଜିଆ’

ନୂଆଦିଲ୍ଲୀ : ହୋଣ୍ଡା ଇଣ୍ଡିଆ ଭାରତରେ ନିଜର ନୂଆ ମଡେଲ ସ୍କୁଟର ଗ୍ରାଜିଆର ବଜାର ପ୍ରବେଶ କରିଛି। ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ନିଜର ଲୋକପ୍ରିୟ ୧୨୫ସିସି ଗ୍ରାଜିଆ ସ୍କୁଟର ଲଞ୍ଚ କରିଛି। ହୋଣ୍ଡା ଗ୍ରାଜିଆର ଡିସ୍କ ୱାରିଏଣ୍ଟରେ କସମେଟିକ୍‌ ଅପଡେଟ କରାଯାଇଛି। ଏଥିରେ ପର୍ଲ ସାଇନ ବ୍ଲୁ୍ୟ ଯୋଡା ଯାଇଛି। ଏହି ହୋଣ୍ଡା ଗ୍ରାଜିଆର ମୂଲ୍ୟ ୬୪,୬୬୮ ଟଙ୍କା ରହିଛି।
ହୋଣ୍ଡା ଗ୍ରାଜିଆରେ ତିନୋଟି ୱାରିଏଣ୍ଟ ନିର୍ମାଣ କରାଯାଇଛି। ଏହି ସ୍କୁଟରରେ ୧୨୪.୯ସିସି ଏକକ ସିଲିଣ୍ଡର ଏୟର କୁଲ୍ଡ ଇଞ୍ଜିନ ରହିଛି। ଗାଡିରେ ୧୩୦ଏମଏମ ବ୍ରେକ ରହିଛି। ଏହାବ୍ୟତୀତ ସ୍କୁଟରରେ ସିବିଏସ୍‌ ସ୍ପୋର୍ଟ ମଧ୍ୟ ରହିଛି। ଏଲଇଡି ହେଡଲ୍ୟାମ୍ପ, ୧୮ଏଲ ଅଣ୍ଡର ସିଟ୍‌ ଷ୍ଟୋରେଜ୍‌, ଇକୋ-ସ୍ପିଡ ଇଣ୍ଡିକେଟର ସହ ଫୁଲ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କଲଷ୍ଟୋର, ଗ୍ଲୋବ ବକ୍ସ ଓ ୟୁଏସବି ଆଦି ସୁବିଧା ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories