www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ମଟର ଛୁଇଁ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକୀୟ। ଏହାଦ୍ବାରା ଶରୀରକୁ ମୁଖ୍ୟ ପୋଷକ ତତ୍ତ୍ବ ମିଳିଥାଏ। ତେବେ ବିଭିନ୍ନ ପ୍ରକାରର ସବୁଜ ପନିପରିବା ମଧ୍ୟରୁ ମଟର ଛୁଇଁ ପ୍ରାୟତଃ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ। ଆଜିକାଲି ସବୁ ସମୟରେ ଏହା ବଜାରରରେ ଉପଲବ୍ଧ ହେଉଥିଲେ ମଧ୍ୟ ମୁଖ୍ୟତଃ ଏହି ପରିବାର ଚାହିଦା ଶୀତଦିନେ ଅଧିକ ଦେଖିବାକୁ ମିଳିଥାଏ। ଆମେ ସମସ୍ତେ ମଟର ଛୁଇଁ ଖାଉ ସତ ହେଲେ ଏହାର ଉପକାରୀ ଗୁଣ ବିଷୟରେ ହୁଏତ କ୍ବଚିତ୍ ଲୋକ ଜାଣିଥିବେ। ଏହାର ଉପକାରୀତା ବିଷୟରେ ଜାଣିଲେ ଏହାକୁ ଆପଣ ସବୁଦିନ ଖାଇବା ଆରମ୍ଭ କରିଦେବେ। ତେବେ ଚାଲନ୍ତୁ ଜାଣିବା ମଟର ଛୁଇଁ ଆମ ସ୍ବାସ୍ଥ୍ୟର କି ଉପକାର କରିଥାଏ –

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ :
ଓଜନ କମ୍ କରିବା ପାଇଁ ମଟର ଛୁଇଁ ଖାଇବା ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର୍ ରହିଥାଏ। ଏଥିସହିତ କ୍ୟାଲୋରୀ ଏବଂ କମ୍ ଫ୍ୟାଟ୍ ଥାଏ। ଯାହା ଶରୀରର ଓଜନକୁ କମ୍ କରିବାରେ ସହାୟକ ହୋଇଥାଏ । ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ଏଥିରେ ଥିବା ଫାଇବର ସାରାଦିନ ଶକ୍ତି ଯୋଗାଇଥାଏ।

- Advertisement -

ହାଡ଼ ଶକ୍ତ କରିଥାଏ :
ମଟର ଛୁଇଁରେ ଭିଟାମିନ୍ ଭରପୁର ମାତ୍ରାରେ ରହିଛି। ଯାହା ଆପଣଙ୍କ ଶରୀରର ହାଡ଼କୁ ମଜବୁତ୍ କରିବାରେ ସହାୟକ ହୋଇଥାଏ। ମଟର ଛୁଇଁ ଆପଣଙ୍କ ହାଡ଼କୁ ଓଷ୍ଟେଓପୋରୋସିସ୍ ପରି ଭୟଙ୍କର ରୋଗରୁ ଦୂରେଇ ରଖିଥାଏ। ହାଡ଼ର ସୁରକ୍ଷା ପାଇଁ ସବୁଜ ମଟର ଖାଇବା ନିହାତି ଜରୁରୀ।

କୋଲେଷ୍ଟ୍ରଲ ନିୟନ୍ତ୍ରିତ ରହିଥାଏ :
ମଟର ଛୁଇଁର ସେବନ ଆପଣଙ୍କ ଶରୀରର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ। ଏଥିରୁ ମିଳୁଥିବା ପ୍ରୋଟିନ୍ ବହୁ ଗମ୍ଭୀର ରୋଗରୁ ମୁକ୍ତି ଦେଇଥାଏ ।

ହୃଦରୋଗରୁ ରକ୍ଷା କରେ :
ସବୁଜ ମଟରରେ ଏମିତି ଗୁଣ ରହିଥାଏ ଯାହା ହୃଦ୍ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିଥାଏ। ଏଥିରେ ଲୌହ, ଜିଙ୍କ୍, କପର ବହୁ ମାତ୍ରାରେ ରହିଥାଏ। ଏହା ବ୍ୟତୀତ ମଟର ଛୁଇଁରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories