www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ବାଦାମ

ଶୀତଦିନରେ ବାଦାମ ଖାଇବାକୁ ପ୍ରାୟ ବହୁ ଲୋକେ ପସନ୍ଦ କରନ୍ତି। ଏପରିକି ସନ୍ଧ୍ୟା ସମୟରେ ବାଦାମକୁ ରଖି ଖାଇବା ସହ ଗପସପ କରିଥାଆନ୍ତି ଓ ଟିଭି ମଧ୍ୟ ଦେଖିଥାଆନ୍ତି। ଫଳରେ ସମୟ ଭଲ ଭାବେ ଅତିବାହିତ ହୋଇଥାଏ। ମାତ୍ର ଏସବୁ ବ୍ୟତୀତ ଏଥିରେ ଏପରି ବହୁ ତତ୍ତ୍ୱ ରହିଛି ଯାହା ଆମକୁ ବହୁ ରୋଗରୁ ରକ୍ଷା କରିଥାଏ। ଜାଣନ୍ତୁ ଏହାର ଉପକାରିତା ଗୁଣ ବିଷୟରେ …..
ଭରପୁର ମାତ୍ରାରେ ପ୍ରୋଟିନ ରହିଛି –
ବାଦାମରେ ବହୁ ପରିମାଣରେ ପ୍ରୋଟିନ ରହିଛି ଯାହା ଶାରୀରିକ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ୧୦୦ ଗ୍ରାମ ବାଦାମ ପ୍ରାୟ ଏକ ଲିଟର କ୍ଷୀର ସହ ସମାନ। ଯଦି ଆପଣ ନିୟମିତ କ୍ଷୀର ପିଇ ପାରୁନାହାନ୍ତି, ୨ଟି ଲେଖାଏଁ ବାଦାମ ନିଶ୍ଚୟ ଖାଆନ୍ତୁ।
ହୃଦୟକୁ ରଖିଥାଏ ସୁସ୍ଥ –
ସପ୍ତାହକୁ ୩ ରୁ ୪ ଥର ବାଦାମ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟକୁ ସୁସ୍ଥ ରଖିବା ସହ ହୃଦୟ ଜନିତ ସମସ୍ୟା ଦୂର କରିଥାଏ।
ହାଡ଼ ଶକ୍ତ କରେ –
ବାଦାମରେ ଥିବା କ୍ୟାଲସିୟମ ଏବଂ ଭିଟାମିନ ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ଆମ ହାଡ଼ ଖୁବ ଶକ୍ତ ହୋଇଥାଏ।
ଦୁଶ୍ଚିତା ଦୂର କରେ –
ବାଦାମରେ ଥିବା ପୋଷକ ତତ୍ତ୍ୱ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରେ।
କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ – ବାଦାମରେ ଓଲିକ ଏସିଡ଼ ରହିଛି। ଯାହା ରକ୍ତରେ ଖରାପ କୋଲେଷ୍ଟ୍ରୋଲର ପ୍ରଭାବକୁ କମ କରି ଭଲ କୋଲେଷ୍ଟ୍ରୋଲର ମାତ୍ରାକୁ ବୃଦ୍ଧି କରେ। କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ ମଧ୍ୟ କରିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories