www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସ ଅଧ୍ୟକ୍ଷଙ୍କୁ ମହିଳା ଆୟୋଗ ଅଧ୍ୟକ୍ଷଙ୍କ ନୋଟିସ୍‍

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାତୀୟ ମହିଳା କମିଶନ୍‍ ଅଧ୍ୟକ୍ଷ ନୋଟିସ ଜାରି କରିଛନ୍ତି। ଏଭଳି ମନ୍ତବ୍ୟ ସର୍ବକାଳୀନ ନ୍ୟୁନସ୍ତରକୁ ଖସି ଆସିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଥିବା ବେଳେ ରାହୁଲ୍‍ଙ୍କୁ ନାରୀବିଦ୍ୱେଷୀ ବୋଲି ବର୍ଣ୍ଣନା କରିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ।
ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ବୁଧବାର ରାହୁଲ୍‍ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଥିଲେ ଯେ, “ରାଫେଲ୍‍ ଚୁକ୍ତି ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ବେଳେ ୫୬ ଇଞ୍ଚର ଛାତିବାଲା ଚୌକିଦାର ନିଜ ସୁରକ୍ଷା ପାଇଁ ଜଣେ ମହିଳାଙ୍କ ସହାୟତା ଲୋଡ଼ିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣଙ୍କୁ ଆଗକୁ ଛାଡ଼ି ଦେଇ ନିଜେ ଦୌଡ଼ି ଚାଲିଯାଇଥିଲେ। କିନ୍ତୁ ଅଢ଼େଇ ଘଣ୍ଟାର ଉଦ୍ୟମ ପରେ ବି ପ୍ରଧାନମନ୍ତ୍ରୀଙ୍କୁ ସିଥାରମଣ ସୁରକ୍ଷା ଦେଇ ପାରି ନଥିଲେ।”
ଏହାର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାହୁଲ୍‍ ଗାନ୍ଧି ଅପମାନିତ କରିଛନ୍ତି। ତଥ୍ୟ ସମ୍ବଳିତ ତର୍କରେ ସିଥାରମଣ ବିରୋଧୀ ଦଳକୁ ନିରବ କରିବା ସହିତ ସେମାନଙ୍କ ମିଛକୁ ଧରାପକେଇ ଦେଇଥିଲେ। ଏବେ ତାଙ୍କୁ ଅପମାତିତ କରିବା ଆଶ୍ଚର୍ଯ୍ୟଚକିତ କରିଛି। ରାହୁଲ୍‍ ଭାରତର ମହିଳା ଶକ୍ତିଙ୍କୁ ଅପମାନିତ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ରାହୁଲ୍‍ ଟ୍ୱିଟ୍‍ କରି କହିଛନ୍ତି ଯେ “ଆମ ଦେଶରେ ମହିଳାଙ୍କ ସମ୍ମାନ ପରମ୍ପରା ନିଜ ଘରୁ ଆରମ୍ଭ ହୁଏ। ମୋଦୀ ମହାଶୟ! ପୁରୁଷୋଚିତ ଗୁଣର ପରିଚୟ ଦେଇ ମୋ ପ୍ରଶ୍ନର ଜବାବ ଦିଅନ୍ତୁ। ପ୍ରକୃତ ରାଫେଲ୍‍ ଚୁକ୍ତିକୁ ବାଇପାସ୍‍ କରିବା ବେଳେ ପ୍ରତିରକ୍ଷା ବିଭାଗ ଓ ବାୟୁ ସେନାକୁ ଅଣଦେଖା କରାଯାଇଥିଲା କି ନାହିଁ? ହିଁ କିମ୍ବା ନାଁରେ ଉତ୍ତର ଦିଅନ୍ତୁ।”

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories