www.samajalive.in
Saturday, December 6, 2025
14.1 C
Bhubaneswar

ସଧବା ନାରୀର ପରିଚୟ ମଙ୍ଗଳସୂତ୍ର

ମଙ୍ଗଳସୂତ୍ର ବୈବାହିକ ଜୀବନର ଏକ ବଡ ପ୍ରତୀକ ଅଟେ। ଏହାକୁ ସଧବା ନାରୀମାନଙ୍କର ପରିଚୟ ବୋଲି କୁହାଯାଏ। ମଙ୍ଗଳସୂତ୍ର ବିନା ମହିଳାଙ୍କ ଶୃଙ୍ଗାର ଅସମ୍ପୂର୍ଣ୍ଣ ବୋଲି କୁହାଯାଇଛି। ସମସ୍ତ ସଧବା ନାରୀଙ୍କ ପାଇଁ ମଙ୍ଗଳସୂତ୍ର ମହତ୍ତ୍ବପୂର୍ଣ୍ଣ ଅଟେ। ମଙ୍ଗଳସୂତ୍ର କଳା ମାଳିରେ ତିଆରି ହୋଇଥାଏ। ମଙ୍ଗଳସୂତ୍ରରେ ଥିବା ସମସ୍ତ ଦ୍ରବ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ସଧବା ନାରୀମାନେ ମଙ୍ଗଳସୂତ୍ର ଧାରଣ କରିବା ଦ୍ବାରା ସ୍ବାମୀଙ୍କର ମଙ୍ଗଳ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହାକୁ ଧାରଣ କରିବା ଦ୍ବାରା ସ୍ବାମୀଙ୍କର କୌଣସି ଅସୁବିଧା ହୋଇନଥାଏ।

ସଧବା ନାରୀ ମଙ୍ଗଳସୂତ୍ର ଧାରଣ କରିବା ବେଳେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ମଙ୍ଗଳସୂତ୍ରଟିକୁ ନିଜେ କିମ୍ବା ନିଜ ସ୍ବାମୀ କିଣିଥିବା ଉଚିତ। ଏହାସହ ମଙ୍ଗଳବାର ଦିନ ମଙ୍ଗଳସୂତ୍ର କିଣନ୍ତୁ ନାହିଁ। ସଧବା ନାରୀମାନେ ମଙ୍ଗଳସୂତ୍ର ପିନ୍ଧିବା ପୂର୍ବରୁ ମା’ ପାର୍ବତୀଙ୍କୁ ଅର୍ପଣ କରିବା ଉଚିତ। ତାପରେ ନିଜେ ପିନ୍ଧନ୍ତୁ। ମଙ୍ଗଳସୂତ୍ରକୁ ବାରମ୍ବାର ବାହାର କରିବା ଅଶୁଭ ଅଟେ। ଅତ୍ୟନ୍ତ ଜରୁରୀ ହେଲେ ମଙ୍ଗଳସୂତ୍ର କାଢି ପାରିବେ। ମଙ୍ଗଳସୂତ୍ରରେ ସୁନା ରହିବା ଅତ୍ୟନ୍ତ ଶୁଭ ଅଟେ।

- Advertisement -

ଜ୍ୟୋତିଷଶାସ୍ତ୍ର ସମ୍ବନ୍ଧରେ ମଙ୍ଗଳସୂତ୍ର ବିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି। ମଙ୍ଗଳସୂତ୍ରରେ ଥିବା ହଳଦିଆ ସୂତା, ସୁନା ଓ ପିତ୍ତଳର ସମ୍ବନ୍ଧ ବୃହସ୍ପତି ଗ୍ରହଙ୍କ ସହ ରହିଛି। ସଧବା ନାରୀମାନେ ନିୟମିତ ରୂପେ ମଙ୍ଗଳସୂତ୍ର ଧାରଣ କରିବା ଦ୍ବାରା ବୃହସ୍ପତିଙ୍କ ସମ୍ବନ୍ଧୀୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏଥିରେ ଥିବା କଳା ମାଳି ଦ୍ବାରା ମହିଳାମାନେ କୁଦୃଷ୍ଟିରୁ ରକ୍ଷା ପାଇଥାଆନ୍ତି। ଏହାଦ୍ବାରା ମହିଳାଙ୍କ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ ଅତିବାହିତ ହୋଇଥାଏ। କୁହାଯାଇଛି ଯେ, ମଙ୍ଗଳସୂତ୍ରର କଳା ଅଂଶ ମା’ ପାର୍ବତୀ ଓ ହଳଦିଆ ଅଂଶ ଭଗବାନ ଶିବଙ୍କୁ ସମର୍ପିତ ଅଟେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories