www.samajalive.in
Saturday, December 6, 2025
15.1 C
Bhubaneswar

ଆବଶ୍ୟକତା ଠାରୁ ଅଧିକ ଶୋଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ସଠିକ ଭାବେ ଶୋଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସମୟ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ଏହା ଶରୀରକୁ ହାନି ପହଞ୍ଚାଇଥାଏ। ଅଧିକ ସମୟ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ। ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ୬-୭ ଘଣ୍ଟାରୁ ଅଧିକ ସମୟ ଶୋଉଥିବା ବ୍ୟକ୍ତିଙ୍କ ନିକଟରେ ଅନେକ ରୋଗ ହୋଇଥାଏ।

ମନୁଷ୍ୟ ନିମନ୍ତେ ​‌ଶୋଇବା ନିତାନ୍ତ ଆବଶ୍ୟକ ଅଟେ। ସଠିକ ସମୟ ଅନୁସାରେ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଠିକ ରହିଥାଏ। ଅଧିକ ସମୟ ଶୋଇବା ଦ୍ବାରା ହୃଦରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ଶରୀରରେ କାର୍ଯ୍ୟ କରିବାର କ୍ଷମତା କମ ହୋଇଯାଏ। ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ।

- Advertisement -

ଓଜନ ବଢିଥାଏ :

ଅଧିକ ସମୟ ଶୋଇବା ଦ୍ବାରା ମୋଟାପଣ ବୃଦ୍ଧି ପାଇଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ବ୍ୟକ୍ତିଙ୍କୁ ନିୟମିତ ୬-୭ଘଣ୍ଟା ଶୋଇବା ଉଚିତ।

ମଧୁମେହ ହେବାର ଆଶଙ୍କା :

ଆବଶ୍ୟକତା ଠାରୁ ଅଧିକ ସମୟ ଶୋଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ବଢି ଯାଇଥାଏ। ଏହାଦ୍ବାରା ମଧୁମେହ ରୋଗ ହେବାର ସମ୍ଭାବନା ବଢିଥାଏ। ଅଧିକ ମୋଟାପଣ ମଧ୍ୟ ମଧୁମେହ ରୋଗ ହେବାର ଏକ କାରଣ ଅଟେ।

ଅଧିକ ଚିନ୍ତାଗ୍ରସ୍ତ :

ଅଧିକ ଶୋଇବା ଦ୍ବାରା ଚିନ୍ତାଗ୍ରସ୍ତ ହେବାର ସମସ୍ୟା ଦେଖା ଦେଇଥାଏ। ଅଧିକ ସମୟ ଶୋଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହ ମାନସିକ ଚିନ୍ତାଗ୍ରସ୍ତର ସମସ୍ୟା ମଧ୍ୟ ବୃଦ୍ଧି ହୋଇଥାଏ। ତେଣୁ ଆବଶ୍ୟକତା ଠାରୁ ଅଧିକ ଶୁଅନ୍ତୁ ନାହିଁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories