www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ଉପାୟ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ପୌଷ୍ଟିକ ଆହର ଖାଇଥାଉ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେବଳ ପୁଷ୍ଟିଯୁକ୍ତ ଆହର ଖାଇବା ଆବଶ୍ୟକ ହୋଇନଥାଏ। ଠିକ ସମୟରେ ଖାଦ୍ୟ ଖାଇବା ସହ ଖାଦ୍ୟ ଠିକ ଭାବେ ହଜମ ହେବା ମଧ୍ୟ ଆବଶ୍ୟକ ଅଟେ। ଖାଦ୍ୟ ଖାଇବା ପରେ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହେଁ। ବହୁ ଲୋକେ ଏହା ଜାଣି ନାହାନ୍ତି। ସେମାନେ ଖାଦ୍ୟଖାଇବା ପରେ ସେହି ଭୁଲ ଗୁଡ଼ିକୁ କରିଥାଆନ୍ତି ଯାହା ଫଳରେ ଖାଦ୍ୟରେ ପୋଷକ ମିଳିନଥାଏ ଓ ସ୍ୱାସ୍ଥ୍ୟ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଖାଦ୍ୟ ଖାଇବା ପରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ….
ଫଳ ଖାଆନ୍ତୁ ନାହିଁ –
ବହୁ ଲୋକେ ଖାଦ୍ୟ ଖାଇବା ପରେ ତୁରନ୍ତ ଫଳ ଖାଇଥାଆନ୍ତି। ଖାଇବା ସମୟରେ କିମ୍ବା ଖାଇବା ପରେ ଫଳ ଖାଇବା ଦ୍ୱାରା ଆମ ଶରୀରକୁ ଉପଯୁକ୍ତ ପୋଷଣ ମିଳିପାରିନଥାଏ। କାରଣ ଆମେ ଖାଇବା ପରେ ଫଳ ଖାଇବା ଦ୍ୱାରା ଠିକ ଭାବେ ଖାଦ୍ୟ ହୋଇନଥାଏ।
ଗାଧୋଇବାକୁ ଯାଆନ୍ତୁ ନାହିଁ –
ଖାଇବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ। ଖାଦ୍ୟ ଖାଇବା ପରେ ଗାଧୋଇଲେ ପେଟର ଚାରିପାଖରେ ରକ୍ତ ପ୍ରବାହ ବଢିଯାଇଥାଏ। ଯାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ। ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ଚା’ ପିଅନ୍ତୁ ନାହିଁ –
ବହୁ ଲୋକେ ଖାଦ୍ୟ ଖାଇବା ପରେ ଚା’ ପିଇଥାଆନ୍ତି। ଏପରି କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷୟ ହୋଇଥାଏ। ଖାଦ୍ୟରୁ ଭିଟାମିନ ମଧ୍ୟ ମିଳିନଥାଏ।
ଧୂମପାନ –
ଖାଦ୍ୟ ଖାଇବା ପରେ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶରୀରରେ ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ।
ଶୁଅନ୍ତୁ ନାହିଁ –
ଖାଦ୍ୟ ଖାଇବା ପରେ ହଜମ ହେବାକୁ କିଛି ସମୟ ଲାଗିଥାଏ। ତେଣୁ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି, ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଚାଲନ୍ତୁ ନାହିଁ –
ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ମାତ୍ର ଖାଇବା ପରେ ସଙ୍ଗେ ସଙ୍ଗେ ଚାଲନ୍ତୁ ନାହିଁ। ଏହା ମଧ୍ୟ ଆମ ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories