www.samajalive.in
Saturday, December 13, 2025
26.1 C
Bhubaneswar

ପରଦାକୁ ଆସିବ ‘ସିମ୍ବା’ର ଦ୍ୱିତୀୟ ଭାଗ

ମୁମ୍ବଇ : ରୋହିତ ଶେଟ୍ଟୀ ନିର୍ଦ୍ଦେଶିତ ଓ ରଣବୀର ସିଂହ ଅଭିନୀତ ଚଳଚ୍ଚିତ୍ର ‘ସିମ୍ବା’ ମାତ୍ର ୫ ଦିନରେ ୧୦୦କୋଟିରୁ ଊର୍ଦ୍ଧ୍ବ ଆୟ କରି ବକ୍ସ ଅଫିସରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ବିଶେଷ ସୂତ୍ରରୁ ପ୍ରକାଶ ଯେ, ‘ସିମ୍ବା’ର ଏହି ସଫଳତା ପରେ ଖୁବଶୀଘ୍ର ଏହାର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି।

ମିଳିଥିବା ଖବର ଅନୁସାରେ, ରୋହିତ ଏନେଇ ପ୍ରସ୍ତୁତି କରୁଛନ୍ତି। ଏ ବିଷୟରେ ସୂଚନା ଦେଇ ରୋହିତ କହିଛନ୍ତି ଯେ, ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ନିର୍ମାଣ ଉପରେ ଧ୍ୟାନ ଦିଆଯିବ। ଦ୍ୱିତୀୟ ଭାଗରେ ମଧ୍ୟ ରଣବୀର ଓ ଅଜୟଙ୍କ ଯୋଡ଼ି ପୁଣିଥରେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି।

- Advertisement -

ସୂଚନାଯୋଗ୍ୟ, ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ‘ସିମ୍ବା’ ର ଦ୍ୱିତୀୟ ଭାଗ ନିର୍ମାଣ ପାଇଁ ପୂର୍ବରୁ ହିଁ ପ୍ରସ୍ତୁତି କରିଥିଲେ ଏବଂ ସେହି ହିସାବରେ ସେ ଏହାର ଯୋଜନା କରିଥିଲେ। ତେବେ ଏହାର ଦ୍ୱିତୀୟ ଭାଗରେ ଅଜୟ ଦେବଗାନଙ୍କୁ ଏକ ବଡ଼ ଓ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବାର ସୂଚନା ରହିଛି।

ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ସିନେମା ‘ଗୋଲମାଲ’, ‘ସିଂଘମ୍‍’ ଆଦିର ସଫଳତା ପରେ ଏହାର ପରବର୍ତ୍ତୀ ଭାଗ ଗୁଡ଼ିକ ପରଦାରେ ଦର୍ଶକଙ୍କୁ ବେଶ୍‍ ଆକୃଷ୍ଟ କରିଥିଲା। ତେଣୁ ‘ସିମ୍ବା’ ମଧ୍ୟ ଆଗାମୀ ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ବାନ୍ଧିଛନ୍ତି ରୋହିତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories