www.samajalive.in
Saturday, December 6, 2025
15.1 C
Bhubaneswar

ସୁସ୍ଥ ରହିବା ପାଇଁ ଜଳଖିଆରେ ଖାଆନ୍ତୁ ଏହି ଖାଦ୍ୟ

ସୁସ୍ଥ ରହିବା ପାଇଁ ଆମେ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ। ସକାଳ ଜଳଖିଆରେ ପୋଷକ ତତ୍ତ୍ବ ଥିବା ଖାଦ୍ୟ ଖାଇବା ଦ୍ବାରା ପୁରା ଦିନ ଆପଣ ସତେଜ ଅନୁଭବ କରିବେ। ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଜଳଖିଆରେ ଉଚିତ ପରିମାଣରେ ଭିଟାମିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ସକାଳ ଜଳଖିଆରେ ପ୍ରୋଟିନ ଓ ଫାଇବରଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। ଏହାଦ୍ବାରା ଆପଣଙ୍କୁ ଶୀଘ୍ର ଭୋକ ଲାଗିନଥାଏ।

ଆସନ୍ତୁ ଜାଣିବା ଜଳଖିଆରେ କେଉଁ ଖାଦ୍ୟ ଖାଇବା ଉଚିତ୍ ..

- Advertisement -

ଅଣ୍ଡା :

ଅଣ୍ଡାରେ ଅଧିକ ପରିମାଣରେ ପ୍ରୋଟିନ ରହିଛି। ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରିତ କରିଥାଏ। ପୁରା ଦିନ ପେଟ ପୁରିଲା ପରି ଅନୁଭବ ହୋଇଥାଏ। ଏହାସହ ଅଣ୍ଡାରେ ଉତ୍ତମ ଫ୍ୟାଟ ଅଂଶ ଥିବାରୁ ତାହା ଓଜନ ବୃଦ୍ଧି କରିବାକୁ ଦେଇନଥାଏ।

ଦଲିଆ :

ଦଲିଆରେ ଫାଇବର ଅଂଶ ରହିଛି। ଯାହାକୁ ଖାଇବା ଦ୍ବାରା ଅଧିକ ଭୋକ ଲାଗିନଥାଏ। ଏହା ମଧ୍ୟ ଭୋକକୁ ନିୟନ୍ତ୍ରିତ କରିଥାଏ। ଦଲିଆରେ ଥିବା ପ୍ରୋଟିନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ଚୁଡା :

ଚୁଡାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହି ପୋଷକ ତତ୍ତ୍ବ ଶରୀର ପାଇଁ ଉତ୍ତମ ଅଟେ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ଅଟେ। ଚୁଡା ଶରୀରକୁ ରୋଗ ସଂକ୍ରମଣ ହେବାରୁ ରକ୍ଷା କରିଥାଏ। ଚୁଡା ଖାଇବା ଦ୍ବାରା ଦିନ ସାରା ଭୋକ ଲାଗି ନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories