www.samajalive.in
Saturday, December 6, 2025
16.1 C
Bhubaneswar

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ପୁରୀ: ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ଆରମ୍ଭରେ ଚିଲିକାକୁ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କର ଆଗମନ ହୋଇଛି । ଶୁକ୍ରବାର (ଆଜି) ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏଥିପାଇଁ ୨୧ଟିମ ଚିଲିକାରେ ପହଞ୍ଚିଛନ୍ତି । ୨୧ଟି ଟିମର ପ୍ରାୟ ୧୦୦କର୍ମଚାରୀ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି । ଚିଲିକାର ୫ଟି ଜୋନରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । କେଉଁ ପ୍ରଜାତିର ଏବଂ କେତେ ସଂଖ୍ୟକ ପକ୍ଷୀ ଚଳିତ ବର୍ଷ ଚିଲିକା ଆସିଥିଲେ ତାହା ଗଣନା ପରେ ସ୍ପଷ୍ଟ ହେବ । ସେହିପରି ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ ଗୁଡିକରେ ଗୁରୁବାର ଠାରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ନନ୍ଦନକାନନର କାଂଜିଆ ହ୍ରଦରେ ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ସେଠାକୁ ୨୮ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡିଛି । ଚଳିତ ବର୍ଷ କୋରାପୁଟର କୋଲାବନଗରରେ ୯୧୯ଟି ପକ୍ଷୀ ରହିଥିବା ଗଣନାରୁ ଜଣାପଡିଛି । ସେହିପରି ତିନୋଟି ଟିମ ଦ୍ୱାରା ବ୍ରହ୍ନଗିରି ଓ ଅସ୍ତରଙ୍ଗରେ ମଧ୍ୟ ଗୁରୁବାର ପକ୍ଷୀ ଗଣନା ଶେଷ ହୋଇଛି । ପକ୍ଷୀ ଗଣନା ପରେ ଆସନ୍ତା ୬ରୁ ୧୪ ତାରିଖ ପର୍ୟ୍ୟନ୍ତ କୁମ୍ଭୀର ଗଣନା କରାଯିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories