www.samajalive.in
Sunday, December 7, 2025
23.1 C
Bhubaneswar

କେଶ ରଙ୍ଗ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ

କେଶକୁ ସୁନ୍ଦର ଓ ଧଳା କେଶକୁ ଲୁଚାଇବା ପାଇଁ ସଭିଏଁ କେଶକୁ ରଙ୍ଗ କରୁଛନ୍ତି। ବଜାରରେ ଭିନ୍ନ ଭିନ୍ନ ପ୍ରକାର ରଙ୍ଗ ମିଳୁଛି। ମାତ୍ର ଏହାକୁ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଏହା ବହୁ କ୍ଷତିକାରକ ଅଟେ। ଜାଣନ୍ତୁ ଏହାର କୁପ୍ରଭାବ ବିଷୟରେ ….
ଏହି କେଶର ରଙ୍ଗରେ ବହୁ ପରିମାଣରେ କ୍ଷତିକାରକ କ୍ୟାମିକାଲ୍‍ ଥାଏ। ଏହାର ବ୍ୟବହାର ଫଳରେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ।
ଏଲର୍ଜୀ – ଏହା ଶରୀରର ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯାହା ଫଳରେ ଶରୀରର ବିଭିନ୍ନ ସ୍ଥାନରେ ଦାଗ ହେବା ସହ ଏଲର୍ଜୀ ହୋଇ କୁଣ୍ଡାଇ ହୋଇଥାଏ।
ନିଶ୍ୱାସ ଓ ପ୍ରଶ୍ୱାସରେ ଅସୁବିଧା – ଏହାର ବ୍ୟବହାର ଫଳରେ ବହୁ ସମୟରେ ନିଶ୍ୱାସ ଓ ପ୍ରଶ୍ୱାସରେ ନେବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ଅଧିକତଃ ବୟସ ବୃଦ୍ଧି ହେଲେ ଦେଖାଯାଏ।
ଦୃଷ୍ଟି ଶକ୍ତିରେ ସମସ୍ୟା – ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡ଼ିଥାଏ। ଫଳରେ କମ୍‍ ବୟସରେ ଏବଂ ବୟସର ବୃଦ୍ଧିରେ ଧୀରେ ଧୀରେ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ। ଫଳରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ରଙ୍ଗ ଲଗାଇବା ବେଳେ ଯଦି ଭୁଲ ବଶତଃ ସାମାନ୍ୟ ରଙ୍ଗ ଆଖିରେ ପଡ଼ିଯାଏ, ତେବେ ଆଖି ଜଳାପୋଡ଼ା ହୋଇଥାଏ।
ମୁହଁ ଉପରେ ଏହାର କୁପ୍ରଭାବ – ମୁହଁ ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ। ମୁହଁର ରଙ୍ଗରେ ମଧ୍ୟ ପ୍ରଭାବ ପକାଇଥାଏ। ଆଖି ତଳ କଳା ହେବା, ମୁହଁ କୁଣ୍ଡାଇ ହେବା ଆଦି ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories