www.samajalive.in
Tuesday, December 9, 2025
15.1 C
Bhubaneswar

ବିବାହ ବନ୍ଧନରେ ହାର୍ଦିକ ପଟେଲ

ସୁରେନ୍ଦ୍ରନଗର : ପଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦିକ ପଟେଲ ରବିବାର ତାଙ୍କ ପିଲା ଦିନର ବାନ୍ଧବୀ କିନଜଲ ପାରିଖଙ୍କୁ ବିବାହ କରିଛନ୍ତି। ବନ୍ଧୁ ଓ ପରିଜନଙ୍କ ଉପସ୍ଥିତିରେ ସ୍ଥାନୀୟ ମନ୍ଦିରରେ ଏକ ନିରାଡମ୍ବର ଉତ୍ସବରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଛି। ହାର୍ଦିକଙ୍କ ଘର ଅହମଦାବାଦ ଜିଲା ଚନ୍ଦନ ନଗରୀ ଗ୍ରାମରେ ହୋଇଥିବାବେଳେ ପତ୍ନୀ କିନଜଲଙ୍କ ଘର ସୁରତର ବିରମଗ୍ରାମ। କିନଜଲ ଏବେ ଆଇନ ଅଧ୍ୟୟନ କରୁଛନ୍ତି। ତାଙ୍କ ପିତା ଦିଲ୍ଲୀପ ପାରିଖ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ। ବିବାହ ସମ୍ପନ୍ନ ହେବା ପରେ ହାର୍ଦିକ ସାମ୍ବାଦିକଙ୍କୁ କହିଛନ୍ତି ଯେ ଏହା ତାଙ୍କ ଜୀବନର ଦ୍ବିତୀୟ ଇନିଂସ। ଏବେ ଆମେ ଦୁଇଜଣ ମିଶି ଦେଶର ନବନିର୍ମାଣ ଦିଗରେ କାର୍ଯ୍ୟ କରିବୁ। ଆମର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳୁ। କିନଜଲଙ୍କ ସମ୍ପର୍କରେ ହାର୍ଦିକ କହିଛନ୍ତି ଯେ ‘ଆମେ ଦୁଇଜଣ ପରସ୍ପରକୁ ଭଲ ପାଉଥିଲୁ। ଏହାକୁ ଅତୀତରେ ମଧ୍ୟ ମୁଁ ସ୍ବୀକାର କରିଥିଲି। କିନଜଲ ମୋତେ ବିବାହର ପ୍ରସ୍ତାବ ଦେଇଥିଲେ। ଆଉ ମୁଁ ଏହାକୁ ସ୍ବୀକାର କରିଥିଲି।’ ଉଭୟ ପରିବାର ପରସ୍ପରକୁ ୨୫-୩୦ବର୍ଷ ହେଲା ଜାଣିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories