ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣେ ଗିରଫ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ ଅର୍ନ୍ତଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ-୨୧ରେ ପେଟ୍ରୋାଲିଂ ବେଳେ ବନବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ପାବୁଲିପଡା ଗ୍ରାମର ଦଣ୍ଡୁଆ ପାତ୍ର(୪୬) ବୋଲି ସୂଚନା ମିଳିଛି।
ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୁଣ୍ଡେଶ୍ୱର କମ୍ପାଟମେଣ୍ଟ-୨୧ରେ ନିଆଁଲାଗିଥିବା ସେଟଲାଇଟ ଚିତ୍ରରୁ ଜଣାପଡିଥିଲା। ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ଏକ ପାଟ୍ରୋଲିଂ ଟିମ୍ ସେଠାରେ ନିଆଁଲିଭାଇବା ପାଇଁ ପହଞ୍ଚିଥିଲେ। ସେହି ସମୟରେ ଦଣ୍ଡୁଆ ପାତ୍ର ଜଙ୍ଗଲରୁ କାଠ, ବାଉଁଶ ଧରି ଫେରୁଥିଲେ। ତାଙ୍କୁ ନିଆଁ ଲାଗିବା ବିଷୟରେ ପଚରାଉଚରା ପରେ ତାଙ୍କ ପାଖରୁ ଗୋଟିଏ ଦିଆସିଲ ପୁଡିଆ ମଧ୍ୟ ମିଳିଥିଲା। ବନ ବିଭାଗ ତାଙ୍କଠାରୁ କାଠ, ବାଉଁଶ, ଦିଆସିଲ ପୁଡିଆ ଜବତ କରିବା ସହ ନିଆଁ ଲଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା। ଏ ନେଇ ପୁରୁଣାକଟକ ରେଞ୍ଜ ପକ୍ଷରୁ ୧୬/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଚାରିଛକ ବନପାଳ ଗୋବର୍ଦ୍ଧନ ମେହେର ସୂଚନା ଦେଇଛନ୍ତି।

prayash

ସୂଚନା ଥାଉ କି ଚଳିତବର୍ଷ ମନୁଷ୍ୟକୃତ ନିଆଁ ଦାଉରେ ମାତ୍ରାଧିକ ଜଙ୍ଗଲ ପୋଡି ଘଟଣା ବୌଦ୍ଧ ବନ ବିଭାଗର ନିଦ ହଜେଇଦେଇଛି। ଜଙ୍ଗଲ ସମ୍ପଦକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲବିଭାଗ ଅହରାତ୍ର ଆପ୍ରାଣ ଚେଷ୍ଟା ସତ୍ୱେ ନିଆଁଲିଭିବା ଥମୁନଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ପୋଡିକୁ ରୋକିବା ପାଇଁ ଜଙ୍ଗଲରେ ପାଟ୍ରୋଲିଂକୁ କଡାକଡି କରାଯିବା ସହିତ ନିଆଁ ଲଗାଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଉଚ୍ଚକତୃପକ୍ଷଙ୍କ କଡା ନିର୍ଦ୍ଦେଶ ରହିଛି। ଗତବର୍ଷ ମାର୍ଚ୍ଚ ମାସରେ ବନବିଭାଗ ଜଙ୍ଗଲରେ ନିଆଁଲିଭାଇବା ଅଭିଯୋଗରେ ୪ଜଣ ସନ୍ଦିଗ୍ଧକୁ ମୁଣ୍ଡେଶ୍ୱର କମ୍ପାଟମେଂଟ-୩୦ରୁ ଗିରଫ କରିଥିବା ବେଳେ ଚଳିତବର୍ଷ ପ୍ରଥମଥର ପାଇଁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି।ଗିରଫର ପ୍ରଭାବ ଜଙ୍ଗଲ ନିଆଁକୁ କେତେମାତ୍ରରେ ହ୍ରାସକରୁଛି ତାକୁ ଆଗକୁ କେବଳ ଦେଖିବା ବାକି ରହିଛି। ଏ ସର୍ମ୍ପକରେ ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ପୁରୁଣାକଟକ ରେଞର ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଉଥିବା ଅଭି୍େୟାଗରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

kalyan agarbati

Comments are closed.