କ୍ରସର ଆନ୍ଦୋଳନକୁ ତୀବ୍ରତର କରିବାକୁ ଶପଥ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଗଢିଉଠିଥରବା ପଥର କ୍ରସର ଗୁଡିକୁ ବନ୍ଦ ପାଇଁ ସ୍ଥାନୀୟ ଗାଁ ଲୋକଙ୍କ ପକ୍ଷରୁ ଦୀର୍ଘ ୩ମାସହେଲା କ୍ରସର ବିରୋଧି ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଯୋଗୁଁ ପଥର କ୍ରସର ଶିଳ୍ପଗୁଡିକ ଦୀର୍ଘଦିନହେଲା ବନ୍ଦ ହୋଇପଡିଛି। କ୍ରସର ଆନ୍ଦୋଳନକୁ ସପକ୍ଷ ଓ ବିପକ୍ଷବାଦୀ  ଶୁକ୍ରବାର ଖରଭୁଇଁ ଶିବମନ୍ଦିର ନିକଟରେ ଈଶ୍ୱର ମଲ୍ଲିକଙ୍କ ସଭାପତିତ୍ୱରେ ଗାଁ ଲୋକଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା। ଏକତ୍ରୀତ ଗ୍ରାମବାସୀ କ୍ରସର ବିରୋଧି ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଜୀବନ ଜୀବିକା ଚାଷବାସର ସୁରକ୍ଷା ନିମିତ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ବଜ୍ରଶପଥ ନେଇଥିଲେ। ପଥର ଓ କ୍ରସର ଉଛେଦ ଆନ୍ଦୋଳନକୁ ସ୍ଥାନୀୟ ସରପଂଚ ମଧ୍ୟ ସମର୍ଥନ ଜଣାଇଛନ୍ତି।

 

prayash

ଗତକାଲି ପ୍ରାୟୋଜିତ ଆନ୍ଦୋଳନରେ ଯୋଗଦେଇଥିବା କିଛି ଗ୍ରାମବାସୀ ବୈଠକରେ ଗାଁ କମିଟି ନିକଟରେ ଭୁଲ ମାଗିବା ସହ ଏଭଳି ଭୁଲର ପୁନରାବୃତି ନକରିବା ପାଇଁ ଶପଥ ନେଇଥିଲେ। ଆଜିର ବୈଠକରେ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ହୃଦାନନ୍ଦ ଦେହୁରୀ, ଶୀବତ୍ସ ନାୟକ, ଭାସ୍କର ପ୍ରଧାନ, ଈଶ୍ୱର ମଲ୍ଲିକ, ତିଳୋତମା କହଁର, ସୁକୃତା ଭୋଇ, କୌଶଲ୍ୟା ବଗର୍ତୀ, ସତ୍ୟଭାମା ନାୟକ ପ୍ରମୁଖ ସାମିଲଥିଲେ।

Comments are closed.