www.samajalive.in
Sunday, December 7, 2025
14.1 C
Bhubaneswar

ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ନାହାନ୍ତି ପ୍ରାଣୀ ଚିକିତ୍କକ, ଗୋ-ମିତ୍ର ସହାୟତାରେ ଚାଲିଛି ପ୍ରାଣୀ ସେବା

ହରଭଙ୍ଗା: ବୌଦ୍ଧ ଭଳି କୃଷି ପ୍ରଧାନ ଜିଲାରେ ପଶୁ ପାଳନ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ଅନ୍ୟପଟେ ଦୁଗ୍ଧଶୀତଳୀକରଣ କେନ୍ଦ୍ରଗୁଡିକ ପୁନଃ କାର୍ଯ୍ୟକ୍ଷମ ହେବାକୁ ସରକାରୀ ସ୍ତରରେ ପ୍ରକିୟା ମଧ୍ୟ ଆରମ୍ଭ ହୋଇଛି। ମାତ୍ର ଜିଲାର ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଏବଂ କର୍ମଚାରୀ ଅଭାବରୁ ବ୍ଲକରେ ପ୍ରାଣୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ଏକ ଉଦାହରଣ ବ୍ଲକର ହରଭଙ୍ଗା ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଅବହେଳିତ ଅବସ୍ଥାରେ ପଡିରହିଛି। ଏହି କେନ୍ଦ୍ରରେ ଦୀର୍ଘ ୧୧ବର୍ଷହେଲା ଜଣେ ପ୍ରାଣୀ ଚିକିତ୍ସକ ଜଣେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ପଦବୀ ଖାଲିପଡିଛି। ଏପରିକି ଜଣେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନଥିବାରୁ ଦୀର୍ଘ ବର୍ଷହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଜଣେ ରାତ୍ରୀଜଗୁଆଳି ଭରସାରେ ନାହିଁ ନାହିଁରେ ଚାଲିଥିବା ଜଣାପଡିଛି। ଫଳରେ ଏହି ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିବା ହରଭଙ୍ଗା, ଶଙ୍କୁଲେଇ, ଛତ୍ରଙ୍ଗ, କୁଶଙ୍ଗ, ମହାଲ୍ଲିକପଡା ଭଳି ୫ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ପଶୁସେବାରୁ ବଞ୍ଚିତ ହେଉଛନ୍ତି। ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏଭଳି ଦୂରାବସ୍ଥା ଯୋଗୁଁ ସଠିକ ସମୟରେ ଗାଈ, ଗୋରୁ, ଛେଳି, ମେଣ୍ଢ, ପୋଢ, ମଇଁଷିଙ୍କୁ ପ୍ରତିଷେଧକ ଟୀକାକରଣ କରିବାରେ ବ୍ୟତିକ୍ରମ ଘଟୁଛି।ଫଳରେ ଅଞ୍ଚଳରେ ପଶୁ ପାଳନ ପାଇଁ ଚାଷୀଙ୍କ ଆଗ୍ରହ କମୁଛି। ବର୍ତ୍ତମାନ ଅଞ୍ଚଳରେ ଗାଈ, ଗୋରୁ ବିିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ପଶୁ ଡାକ୍ତରଖାନାର ଏଭଳି ଦୂରାବସ୍ଥା ପଶୁ ପାଳକଙ୍କ ଦୁଃଖ ଦୂରକରିପାରୁନି। ପଞ୍ଚାୟତରେ ଥିବା ଜଣେ ଜଣେ ଗୋ-ମିତ୍ର ସହାୟତାରେ ପ୍ରାଣୀ ସେବା ଚାଲିଥିବା ଭଳି ବିକଳ ଚିତ୍ର ହରଭଙ୍ଗାରେ ଦେଖିବାକୁ ମିଳିଛି। ଏଥିପ୍ରତି ରାଜ୍ୟ ପ୍ରାଣୀ ସମ୍ପଦ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି।

ସୂଚନା ଥାଉ କି ହରଭଙ୍ଗା ବ୍ଲକରେ ଜଣେ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଭଳି ୩ଟି ଡାକ୍ତର ପଦବୀ ଖାଲିପଡିଛି। ସେହିପରି ପଶୁଧନ ନିରୀକ୍ଷକ ପଦବୀ ଖାଲିପଡିଥିବାରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ନାମକୁ ମାତ୍ର ରହିଛି। ଫଳରେ ଚାଷୀ ପୁରାତନ ଯୁଗରେ ଚେରମୂଳି ଭରସାରେ ପଶୁ ସେବା ଚଳାଇଥିବା ମଧ୍ୟ ଦେଖିବାକୁ ମିଳୁଛି। ତୁରନ୍ତ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ନଦେଲେ କାର୍ଯ୍ୟକ୍ଷମ ହେବାକୁଥିବା ଚାରିଛକ ଦୁଗ୍ଧଶୀତଳି କରଣ କେନ୍ଦ୍ର ଫସରଫାଟିବା ଭଳି ସମ୍ଭାବନା ଜଳ ଜଳ ହୋଇଦିଶୁଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories