www.samajalive.in
Sunday, December 7, 2025
14.1 C
Bhubaneswar

ପାଣି ପାଇଁ ବ୍ଲକ ଅଫିସ ଘେରାଉ କଲେ ବସ୍ତିବାସିନ୍ଦା

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ କାରଗିଲ ସାହିରେ ପିଇବା ପାଣି ସମସ୍ୟା ଯୋଗୁଁ ଲୋକେ ଗରା, ବାଲଟି, ଡେକଚି ଧରି ଗୁରୁବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡିଛି।
ପ୍ରକାଶ ଯେ ବାଣୀଭୁଷଣପୁର ପଞ୍ଚାୟତ ସଦର ମହକୁମାର ଚାରିଛକ କାରଗିଲ ବସ୍ତିରେ ୫୦ଟି ପରିବାରର ୨ଶହ ଲୋକ ବସବାସ କରନ୍ତି। ସାହିରେ ଥିବା ୩ଟି ନଳକୂପରୁ ୨ଟି ଅଚଳ ହୋଇପଡିଥିବାବେଳେ ୩ମାସ ହେଲା ପାଇପ ପାଣି ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏ ନେଇ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ବି ସେଥିରେ ସୁଧାର ଆସିଲା ନାହିଁ। ଶେଷରେ ବାଧ୍ୟ ହୋଇ ଆଜି ବସ୍ତିର ଗୋବର୍ଦ୍ଧନ ସାହାଣି, ଅଙ୍ଗଦ ବେହେରା, କ୍ଷୀରୋଦ ନାଏକ, ସୁରେଶ କହଁର, ଚିନ୍ତାମଣି କହଁର, ତ୍ରୀବେଣୀ ବେହେରା, ଆତ୍ମା ବେହେରା ପ୍ରମୁଖ ୨୦ରୁ ୩୦ଲୋକ ଗରା, ବାଲଟି ସହ ପିଲାଛୁଆ ଧରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।

ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ପାଣି ସମସ୍ୟା ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତା ୭ଦିନ ମଧ୍ୟରେ ସାହିକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଡିଓ ପ୍ରକାଶ କରିଥିଲେ। ଏହାପରେ ଆନ୍ଦୋଳନକାରୀ ଘରକୁ ଫେରିଥିଲେ।  ବିଡିଓ ନୀଳକଣ୍ଠ ବେହେରାଙ୍କ ପ୍ରତିଶ୍ରୁତି ଅନୁଯାୟୀ ସ୍ଥାନୀୟ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ମଧୁସୁଦନ ଦୋରା ପ୍ରମୁଖ ବସ୍ତିରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories