ଜ୍ଞାନବାପୀ ମସ୍‌ଜିଦ୍‌ରେ କାର୍ବନ୍‌ ଡେଟିଙ୍ଗ୍‌ ପାଇଁ ମନା କଲେ ଅଦାଲତ

ବାରଣାସୀ – ବିଶ୍ୱ ବିଖ୍ୟାତ କାଶୀ ବିଶ୍ୱନାଥଙ୍କ ମନ୍ଦିର ନିକଟରେ ଥିବା ଜ୍ଞାନବାପୀ ମସ୍‌ଜିଦ୍‌ରେ କାର୍ବନ୍‌ ଡେଟିଂ ପାଇଁ ଅଦାଲତ ଅନୁମତି ଦେଇ ନାହାନ୍ତି । ସେଠାରେ ହିନ୍ଦୁ ଦେବାଦେବୀଙ୍କ ଚିହ୍ନ ସହ ମନ୍ଦିରର ପ୍ରାଚୀର ଅଂଶ ମିଳିଥିଲା । ଏହା ସହ ମସ୍‌ଜିଦ୍‌ ମଧ୍ୟରେ ଶିବଲିଙ୍ଗ ଆକୃତିର ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚ ପାଇଁ ହିନ୍ଦୁ ପକ୍ଷ ଅଦାଲତରେ ଆବେଦନ କରିଥିଲେ ।

ମାତ୍ର ବିଚାରପତି କାର୍ବନ ଡେଟିଂ ପାଇଁ ଅନୁମତି ଦେଇ ନାହାନ୍ତି । କାର୍ବନ ଡେଟିଂ ବେଳେ ଶିବଲିଙ୍ଗଙ୍କର କ୍ଷତି ହୋଇପାରେ ବୋଲି ଅଦାଲତ ରାୟ ଦେଇଛନ୍ତି । ଏହା ସହ ରାଡାର୍‌ ପଦ୍ଧତିରେ ମଧ୍ୟ ପରୀକ୍ଷା କରାଗଲେ କ୍ଷତି ଥିବାର ସମ୍ଭାବନା କଥା କହିଛନ୍ତି । ଶିବଲିଙ୍ଗଙ୍କର ସୁରକ୍ଷା ପାଇଁ ଅଦାଲତ ନିର୍ଦଶ ଦେଇଛନ୍ତି ।

ଅଂଜୁମନ ଇଂତେଜାମିୟା ମସ୍‌ଜିଦ୍‌ ସମିତି ଏବେ ଜ୍ଞାନବାପୀ ମସ୍‌ଜିଦ୍‌ର ଦାୟିତ୍ୱରେ ଅଛନ୍ତି । ସେମାନେ ହିନ୍ଦୁ ପକ୍ଷଙ୍କ ମାମଲା ଉପରେ ଆପତ୍ତି କରିଥିଲେ । ମାତ୍ର ଏହା ଏକ ଶିବଲିଙ୍ଗ ବୋଲି ହିନ୍ଦୁ ପକ୍ଷ ଦାବି କରିଛନ୍ତି ।

 

ଏହାପରେ ସୁପ୍ରିମ୍‌କୋର୍ଟରେ ହାଜର ହେବେ ବୋଲି ହିନ୍ଦୁ ପକ୍ଷଙ୍କର ଆଇନଜୀବୀ ସୂଚନା ଦେଇଛନ୍ତି ।

Comments are closed.