ମଞ୍ଚେଶ୍ୱର ପଞ୍ଚାୟତ: ସରପଞ୍ଚ ପାଇଁ ୪ ପ୍ରାର୍ଥୀ, ମତଦାନ କରିବେ ୪୦୨୯ ଭୋଟର

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀରେ ମଞ୍ଚେଶ୍ୱର ପଞ୍ଚାୟତ ଏକ ପ୍ରମୁଖ ପଞ୍ଚାୟତ ଅଟେ। ପ୍ରଭୂ ଧବଳେଶ୍ୱରଙ୍କ ପୀଠ ଏହି ପଞ୍ଚାୟତ ପରିସରଭୁକ୍ତ ଅଟେ। ପାଇକରାପୁର, ମଞ୍ଚେଶ୍ୱର, ଲିଙ୍ଗାପଦା, ପ୍ରଶନ୍ନାପୁର, ନୂଆଡିହ, ବାମନପୁର, ସୁନିଆମୁହଁ, କଳଙ୍କିପୁର, ନାରଙ୍ଗବସ୍ତ, ବିଷ୍ଣୁପୁର ଓ ବ୍ରାହ୍ମଣବସ୍ତକୁ ନେଇ ଏହି ପଞ୍ଚାୟତଟି ଗଠିତ ହୋଇଥିବା ବେଳେ ୧୫ଟି ୱାର୍ଡର ୪୦୨୯ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ। ଏହି ପଞ୍ଚାୟତରେ ସରପଞ୍ଚ ପଦବୀକୁ ନେଇ କଡା ମୁକାବିଲା ଅନୁଷ୍ଠିତ ହେଉଛି। ସରପଞ୍ଚ ପଦବୀରେ ୪ଜଣ ପ୍ରାର୍ଥିନୀ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ବାସ୍ତବରେ ରତ୍ନମଞ୍ଜରୀ ଖଟୁଆ ଓ ଜ୍ୟୋତିର୍ମୟୀ ସାହୁଙ୍କ ମଧ୍ୟରେ କଡା ଟକ୍କର ଅନୁଷ୍ଠିତ ହେଉଛି। ଜ୍ୟୋତିର୍ମୟୀ ସରପଞ୍ଚ ପ୍ରିୟବ୍ରତ ସାହୁଙ୍କ ସହଧର୍ମିଣୀ ହୋଇଥିବା ବେଳେ ନିଜର ୫ବର୍ଷର ଲୋକପ୍ରିୟତାକୁ ନେଇ ପୂନର୍ବାର ସରପଞ୍ଚ ପଦବୀରେ ନିଜ ପତ୍ନୀକୁ ଜିତାଇବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ରତ୍ନମଞ୍ଜରୀ ପୂର୍ବତନ ସରପଞ୍ଚ କିରଣ ବିହାରୀ ଖଟୁଆଙ୍କ ଧତ୍ମପତ୍ନୀ।

 

prayash

ଶ୍ରୀ ଖଟୁଆ ୧୯୮୪ ମସିହାରୁ ଲଗାତାର ୧୫ବର୍ଷ ଧରି ଏହି ପଞ୍ଚାୟତର ସରପଞ୍ଚ ହୋଇଥିଲେ। ନିଜର ସମର୍ଥକ ଓ ବିରୋଧିଭୋଟକୁ ପାଥେୟ କରି ପୁନର୍ବାର ନିଜ ପତ୍ନୀ ରତ୍ନମଞ୍ଜରୀଙ୍କୁ ସରପଞ୍ଚ ଭାବରେ ଜିତାଇବା ପାଇଁ ଲାଗିପଡିଛନ୍ତି। ଘରଘରବୁଲି ଭୋଟ ଭିକ୍ଷା କରିବା ସହ ନିଜ ସପକ୍ଷରେ ଭୋଟଦାନ ପାଇଁ ଭୋଟରମାନଙ୍କୁ ନିବଦେନ କରୁଛନ୍ତି। ଶ୍ରୀମତୀ ସାହୁ ଓ ଶ୍ରୀମତୀ ଖଟୁଆ ସାହୁ ଙ୍କ ସହ ଅନୁସାୟା ପ୍ରଧାନ ଓ ଚାମେଲି ପତ୍ରୀ ପ୍ରତିଦ୍ୱନ୍ଦିତାରେ ଥିଲେ ମଧ୍ୟ ଭୋଟରଙ୍କ ନିକଟରେ ଏବେସୁଦ୍ଧା ପହଞ୍ଚି ପାରିନାହାନ୍ତି। ସେହିଭଳି ଭାବରେ ସମିତିସଭ୍ୟ ପାଇଁ ୩ଜଣ ପ୍ରାର୍ଥିନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।

kalyan agarbati

Comments are closed.