www.samajalive.in
Wednesday, December 10, 2025
15.1 C
Bhubaneswar

କଖଡି କଲେଜ ପରିସର ପାଲଟିଛି ଡେଙ୍ଗୁଙ୍କ ଏନ୍ତୁଡିଶାଳ, ହଜାରେ ବିଦ୍ୟାର୍ଥୀଙ୍କ ଅସନ୍ତୋଷ

ଗୁରୁଡିଝାଟିଆ: ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଠାରେ ଥିବା କଖଡି +୨ ଓ +୩ ମହାବିଦ୍ୟାଳୟ ପରିସର ଡେଙ୍ଗୁ ମଶାର ଏନ୍ତୁଡିଶାଳ ପାଲଟିଛି। ପରିସରରେ ଦୀର୍ଘଦିନ ଧରି ପ୍ରାୟ ୭ଇଞ୍ଚର ପାଣି ଜମି ରହିଥିବାରୁ ବିଦ୍ୟାର୍ଥୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସହଜେ ଡେଙ୍ଗୁ ଜ୍ୱର ଗାଁକୁ ଗାଁ ବ୍ୟାପିବାରେ ଲାଗିଛି। ଏପରି କ୍ଷେତ୍ରରେ ଶିକ୍ଷାନୁଷ୍ଠାନ ଭଳି ମଣିଷ ତିଆରି କାରଖାନାରେ ଅସ୍ୱସ୍ଥ୍ୟକର ପରିବେଶକୁ ନେଇ ବିଦ୍ୟାର୍ଥୀମାନେ ସଂକଟପ୍ରକଟ କରିବା ସହ ତୀବ୍ର ଅସନ୍ତୋଷବ୍ୟକ୍ତ କରିଛନ୍ତି। +୨ ମହାବିଦ୍ୟାଳୟରେ ୫୧୨ ବିଦ୍ୟାର୍ଥୀ ଓ +୩ ଡିଗ୍ରୀ ମହାବିଦ୍ୟାଳୟ ପ୍ରାୟ ୩ଶହ ବିଦ୍ୟାର୍ଥୀ ପଢୁଛନ୍ତି। ବର୍ଷାଜଳ ଜମିଥିବା ସ୍ଥାନକୁ କଖଡି ପ୍ରାଥମିକ ବିଦ୍ୟାଳୟର ସୀମାକୁ ଲାଗିଛି। ଏହାର ୨ଶହରୁ ଉଦ୍ଧ୍ୱର୍ କୋମଳମତି ବିଦ୍ୟାର୍ଥୀମାନେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କଖଡି ଗ୍ରାମଟି ଟାଙ୍ଗି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଯାଉଥିବା ବେଳେ ସ୍ୱାସ୍ଥ୍ୟଉପକେନ୍ଦ୍ର ମଧ୍ୟ ରହିଛି।

ବିଦ୍ୟାର୍ଥୀମାନେ ଡେଙ୍ଗୁରୁ ନିଜକୁ ଦୂରେଇ ରଖିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବା ବିହୀତ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏପରିକି ସ୍ୱାସ୍ଥ୍ୟଉପକେନ୍ଦ୍ର କର୍ମଚାରୀମାନଙ୍କ କେବେ କୌଣସିଦିନ ଅନୁଷ୍ଠାନକୁ ଯାଇ ଅନୁଧ୍ୟାନ କରୁନାହାନ୍ତି। ମହାବିଦ୍ୟାଳୟ ପକ୍ଷରୁ ମଧ୍ୟ ଜଳନିସ୍କାସନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବା ତ ଦୂରକଥା,ଖାଲସ୍ଥାନକୁ ପୋତିବା ପାଇଁ ଚନ୍ତା କରିବେ ବା କିପରି? ଅନୁଷ୍ଠାନ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ଡେଙ୍ଗୁରୋଗରେ ଯେପରି ଆକ୍ରାନ୍ତ ନହେବେ ସେଥିପାଇଁ କାହିଁକି ଜମି ରହିଥିବା ବର୍ଷାଜଳକୁ ନିସ୍କାସନ କରୁନାହାନ୍ତି ବା ଜଳ ଭରିରହିଥିବା ସ୍ଥାନକୁ ପୋତୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଦିନରେ ବିଦ୍ୟାର୍ଥୀ ପଢୁଥିବା ସମୟରେ ମଶାକାମୁଡାରେ ଆକ୍ରାନ୍ତ ହେଉଛନ୍ତି। +୨ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କଟକ ସଦର ଉପଜିଲ୍ଲାପାଳ କମଳଜିତ୍ ଦାସଙ୍କୁ ପଚାରିବାରୁ କହିଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହିତ କଥା ହୋଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories