ସ୍ବାସ୍ଥ୍ୟ ସଚେତନତା ଶିବିର ଓ ସ୍ୱଚ୍ଛତା ଉପକରଣ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଧୁରୁଷିଆରେ ଏକ ସ୍ବାସ୍ଥ୍ୟ ସଚେତନତା ଶିବିର ଓ ସ୍ବଚ୍ଛତା ଉପକରଣ ଶିବିର ଅନୁଷ୍ଠିତ ହୋଯାଇଛି। ଏହି ଅବସରରେ କିଶୋରୀ ବାଳିକାମାନଙ୍କୁ ସ୍ୱଚ୍ଛତା ଉପକରଣ ବଣ୍ଟନ ସହିତ ଏହାର ଉପକାରିତା ସଂପର୍କରେ ସଚେତନତାର ବାର୍ତ୍ତା ବଣ୍ଟାଯାଇଥିଲା। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ମହିଳା ଓ କିଶୋରୀମାନଙ୍କୁ ସ୍ଥାନୀୟ ଆଶାଙ୍କ ଉପସ୍ଥିତରେ ସ୍ୱଚ୍ଛତା ଉପକରଣ ବଣ୍ଟନ କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରିବୁଝିଥିଲେ। ମହିଳା ଓ କିଶୋରୀମାନଙ୍କୁ ସ୍ୱଚ୍ଛତା ଉପକରଣ (ନାପକିନ) ପ୍ରଦାନ କରାଯାଇଥିଲା।

Comments are closed.