www.samajalive.in
Sunday, December 7, 2025
14.1 C
Bhubaneswar

ବିନା ଫଳକରେ ସରିିଲା ବ୍ରିଜ୍ କାମ; ଆପ୍ରୋଚ ରୋଡ୍‌କୁ ନେଇ ଗ୍ରାମବାସୀ ଅସନ୍ତୋଷ

ଗୁଣୁପୁର: ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଅନୁଦାନ ଆସୁଛି ଖର୍ଚ ମଧ୍ୟ ହେଉଛି। ଗରିବ ଖଟିଖିଆ ମଳିମୁଣ୍ଡିଆ ଗ୍ରାମାଞ୍ଚଳର ସାଧାରଣ ଲୋକେ ସରକାରଙ୍କ ଅନୁଦାନ ଆସିବା ପରେ ଖୁସି ହୁଅନ୍ତି। କିନ୍ତୁ କିଛି ପ୍ରଶାସନିକ ଅଧିକାରୀଙ୍କ ଭୁଲ୍ ପାଇଁ ଗ୍ରାମଞ୍ଚଳରେ ଅସନ୍ତୋଷ ଲାଗିରୁହେ। ରାୟଗଡା ଜିଲା ଗୁଣୁପୁର କଇଠପଦର ନିକଟରେ ଏକ ଚିରସ୍ରୋତା ନାଳ ପ୍ରବାହିତ ହେଉଥିବାରୁ ପିଲାମାନେ ଓ ସାଧାରଣ ଲୋକମାନେ ବିପଦପୂର୍ଣ୍ଣ ଯାତ୍ରା କରୁଥିଲେ। ଅନେକ ଥର ଗ୍ରାମବାସୀଙ୍କ ଦୁର୍ଦଶା ଦେଖି ବିଭିନ୍ନ ପତ୍ରପତ୍ରିକାରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ୨୦୨୧ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା। ଏହି ଟେଣ୍ଡର ହେବା ପରଠୁ କାମ ହୋଇଥିଲା ବର୍ତମାନ ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇସାରିଛି। ବ୍ରିଜ୍ ଉଭୟପଟୁ ଆପ୍ରୋଚ ରୋଡ୍‌ ମଧ୍ୟ କିଛି ମାତ୍ରାରେ କରାଯାଇଛି। ବ୍ରିଜ୍‌ର ପୂର୍ବ ପଟ ଆପ୍ରୋଚ ରୋଡକୁ ନେଇ ବର୍ତମାନ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଆରମ୍ଭ ହୋଇଛି। ଏହି ରାସ୍ତା ବ୍ରିଜର ସମ୍ମୁଖରେ ଥିବା ପୂର୍ତବିଭାଗ ରାସ୍ତାକୁ ଯୋଗଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ହଠାତ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ଠିକାଦାର ରାସ୍ତାଟିକୁ କଇଠ ପଦର ଗ୍ରାମର ସାହିର ରାସ୍ତାରେ ତରବରିଆ ଭାବେ ଯୋଡିଦେଇଛନ୍ତି। ଏନେଇ କଇଠପଦର ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟ।ନ ବିଭାଗର ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ଯନ୍ତ୍ରୀ ତାଙ୍କ ହାତରେ କିଛି ହୋଇପାରିବ ନାହିଁ ବୋଲି କହି ଦାୟିତ୍ବ ଝାଡିଦେଉଛନ୍ତି। ବିଭାଗୀୟ ଯନ୍ତ୍ରୀ ଅମିତ୍ କିରୁଙ୍କ ଏଭଳି ପ୍ରତିକ୍ରିୟା ରଖୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଇଠପଦର ଗ୍ରାମବାସୀ ଆପ୍ରୋଚ ରୋଡ୍ ସମସ୍ୟାକୁ ନେଇ ଲିଖିତ ରୂପେ ଅଭିଯୋଗ ମଧ୍ୟ କରିଛନ୍ତି। ଦୁର୍ଭାଗ୍ୟର ବିଷୟ ଏହି ବ୍ରିଜ୍ କାମ ସରିଛି, କିନ୍ତୁ ଫଳକ ନାହିଁ କି ମାଇଲ୍ ଖୁଣ୍ଟ ନାହିଁ। ଏହି ବ୍ରିଜର ଅପରପାର୍ଶ୍ବର ସିରିଝୋଲି ଗ୍ରାମ ନିକଟରେ ଛୋଟନାଳ ପ୍ରବାହିତ ହେଉଛି। ଏକ ଶାଖା ନାଳ ସେହି ନାଳ ଉପରେ ଏକ ଛୋଟ ପୋଲ ରହିଛି। ଏହି ପୋଲର ଛାତ ଉପରେ ରଡ ରହିଛି ଯାତ୍ରୀ ସୁରକ୍ଷା ନିମନ୍ତେ ପୋଲ ଉପରେ ପାଚେରୀ ନାହିଁ। ନାଳ ପାଣି ଆସିି ପୋଲର ମାଟି ଖାଇଗଲାଣି । ପଥର ପ୍ୟାକିଂ ନାହିଁ, ପୋଲ ତଳେ ଥିବା ସେଫ୍ଟି ଓ୍ବାଲ ମଧ୍ୟ ଭାଙ୍ଗିଗଲାଣି। ରାସ୍ତାର ଗୋଟେପଟେ ଓ୍ବାଲ କରାଯାଇଛି, ସେହି ଓ୍ବାଲ ପାଖରେ ମାଟି ପ୍ୟାକିଂ ମଧ୍ୟ ନାହିଁ। ପିଚୁ ସଠିକ୍ ରୂପେ ନପଡିବାରୁ ରାସ୍ତା ମଧେ ଖାଲଢିପ ହୋଇରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ନାକ ତଳର ଗ୍ରାମ କଇଠପଦର ଓ ସିରିଝୋଲି ରାସ୍ତାର ବ୍ରିଜ୍ ଓ ରାସ୍ତାର ଅବସ୍ଥା ଏଭଳି ଥିବା ବେଳେ ଦୁର୍ଗମ ଗ୍ରାମାଞ୍ଚଳଗୁଡିକରେ ଗ୍ରାମ୍ୟ ଉନ୍ନୟନ ବିଭାଗ କିଭଳି ପିଚୁ ରାସ୍ତା ନିର୍ମାଣ କରୁଥିବ ତାହା ଠିକ୍ ଅନୁମାନ କରି ହେଉଥିବ। ଏହି କାମ କେତେ ଟଙ୍କା ଖର୍ଚ୍ଚ ହୋଇ କାମ ହୋଇଛି କେଉଁ ଯୋଜନାରେ କାମ ହୋଇଛି, ତା’ର ମଧ୍ୟ ସବିଶେଷ ତଥ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଛଡା କାହା ପାଖରେ ନାହିଁ କି ଫଳକ ନାହିଁ। ଏହାର ବିହିତ ପଦକ୍ଷେପ ବିଭାଗୀୟ ସଚିବ ନେବା ପାଇଁ କଇଠ ପଦର ଗ୍ରାମବାସୀ ଦାବି କରୁଥିବା ବେଳେ ଆପ୍ରୋଚ ରାସ୍ତାକୁ ପୂର୍ତବିଭାଗର ରାସ୍ତାକୁ ସଂଯୋଗ କରିବା ପାଇଁ ଦାବି ଜୋର ଧରୁଛି। ଏହି ରାସ୍ତା ନହେଲେ ଆଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଭାବେ ଧାରଣ ଦେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି କାମକୁ ନେଇ ଭିଜିଲାନ୍ସର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories