www.samajalive.in
Tuesday, December 9, 2025
26.1 C
Bhubaneswar

ଗୋବିନ୍ଦାଙ୍କ ଜନ୍ମଦିନ ବିଶେଷ : ପ୍ରଶଂସକଙ୍କୁ ମାରିଥିଲେ ଚାପୁଡ଼ା

ମୁମ୍ବଇ : ବଲିଉଡ଼ ଅଭିନେତା ଗୋବିନ୍ଦା ଶୁକ୍ରବାର ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବଇ ସ୍ଥିତ ଭିରାର ଅଞ୍ଚଳରେ ସେ ଜନ୍ମ ହୋଇଥିଲେ। ତାଙ୍କ ପିତାଙ୍କ ନାମ ଅରୁଣ କୁମାର ଆହୁଜା ଓ ମାତା ନିର୍ମଳା ଦେବୀ। ୮୦ ଓ ୯୦ଦଶକରେ ଗୋବିନ୍ଦା ଗୋଟିଏ ପରେ ଗୋଟିଏ ହିଟ୍‍ ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତେବେ ଜନ୍ମଦିନ ଅବସରରେ ଚାଲନ୍ତୁ ଜାଣିବା ଗୋବିନ୍ଦାଙ୍କ ବିଷୟରେ କିଛି ଖାସ୍‍ କଥା –
୧୬ଡିସେମ୍ବର ୨୦୦୮ରେ ସୁଟିଂ ଚାଲିଥିବା ସମୟରେ ଗୋବିନ୍ଦା ତାଙ୍କର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିଲେ। ଗୋବିନ୍ଦାଙ୍କ ଏହି ଚାପୁଡ଼ା ମାରିବା ଘଟଣାକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଗୋବିନ୍ଦା ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ନାମ ଥିଲା ସନ୍ତୋଷ ରାୟ। ସେତେବେଳେ ଗୋବିନ୍ଦା ତାଙ୍କ ଚଳଚ୍ଚିତ୍ର ‘ମନୀ ହୈ ତୋ ହନୀ ହୈ’ର ସୁଟିଂ କରୁଥିଲେ। ସେହି ସମୟରେ ଟିଭିକୁ ଦେଉଥିବା ଏକ ସାକ୍ଷାତକାର ସମୟରେ ସେ ତାଙ୍କର ଏହି ପ୍ରଶଂସକଙ୍କୁ ଚାପୁଡ଼ା ମାରିଥିଲେ। ହେଲେ ଚାପୁଡ଼ା ମାରିବାର କାରଣ ସେ ସମୟରେ ସ୍ପଷ୍ଟ ଭାବେ ଜଣାପଡ଼ିନଥିଲା। ତେବେ ଏହି ଘଟଣା ପରେ ଗୋବିନ୍ଦା ବିନା କୌଣସି ସର୍ତ୍ତରେ କ୍ଷମା ମଧ୍ୟ ମାଗିଥିଲେ।
ଗୋବିନ୍ଦାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଇଲ୍‍ଜାମ୍‍’। ଯାହା ବକ୍ସ ଅଫିସରେ ଖୁବ୍‍ ସଫଳତା ହାସଲ କରିଥିଲା। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ରାତାରାତି ଡ୍ୟାନ୍ସିଂ ଷ୍ଟାର ଭାବେ ମଧ୍ୟ ପରିଚୟ ହାସଲ କରିଥିଲେ। ସୂଚନା ଅନୁସାରେ, ଗୋବିନ୍ଦା ଖୁବଶୀଘ୍ର ପହଲାଜ ନିହଲାନୀଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ରଙ୍ଗୀଲା ରାଜା’ ମାଧ୍ୟମରେ ବଡ଼ ପରଦାରେ ନଜର ଆସିବେ। ଏଥିରେ ତାଙ୍କୁ ଦୁଇଟି ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ୧୧ଜାନୁଆରୀରେ ମୁକ୍ତିଲାଭ କରିବାକୁ ଯାଉଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories