www.samajalive.in
Sunday, December 7, 2025
23.1 C
Bhubaneswar

ନୂଆବର୍ଷରେ ଗୋପାଳପୁର ବେଳାଭୂମି ଜନଶୂନ୍ୟ, ଅଧା ବାଟରୁ ଫେରିଗଲେ ପର୍ଯ୍ୟଟକ

ଗୋପାଳପୁର: ନୂଆବର୍ଷକୁ ସ୍ବାଗତ ଜଣାଇବା ପାଇଁ ପ୍ରତିବର୍ଷ ଗୋପାଳପୁରରେ ଶତାଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକମାନେ ଏକାଠି ହୋଇ ସକାଳର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ଏବଂ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ନୂଆବର୍ଷ ଭଲରେ ବିତେଇବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। କିନ୍ତୁ ୨୦୨୧ ବର୍ଷର‌ ପ୍ରଥମ ଦିନରେ ଗଞ୍ଜାମ ଜିଲା ପ୍ରଶାସନର ଦୁଇ ଦିନିଆ କଟକଣା ଯୋଗୁଁ ଗୋପାଳପୁର ସହର ବାସିନ୍ଦା ସମେତ ପର୍ଯ୍ୟଟକମାନେ ବେଳାଭୂମିରେ ପ୍ରଥମ ସୂର୍ଯ୍ୟୋଦୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି।

 

- Advertisement -

ଆଜି ମଧ୍ୟ ଗୁରୁବାର ପରି ପୁଲିସ ଓ ଏନ୍ଏସି ପକ୍ଷରୁ ଗୋପାଳପୁର କଲେଜ ଛକଠାରେ ଚେକିଂ କରାଯିବା ସହ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସେଠାରୁ ଫେରାଇ ଦିଆଯାଉଥିଲା। ଏହାସହ ବେଳାଭୂମି ପରିସରରେ ମଧ୍ୟ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି ହୋଇଥିଲା। ବେଳାଭୂମି ଉପରେ ରହିଥିବା ସମସ୍ତ ହୋଟେଲ, ଫାଷ୍ଟଫୁଡ ଦୋକାନ, ପାନ ଦୋକାନ ବନ୍ଦ ରଖାଯାଇଥିଲା। ବିଶେଷ କରି ବିଭିନ୍ନ ଲର୍ଜିଂ ରହିଥିବା ପର୍ଯ୍ୟଟକମାନେ ମଧ୍ୟ ଲର୍ଜିଂ ପରିସରରୁ ହିଁ ବେଳାଭୂମି ଦେଖିବାକୁ ସୁଯୋଗ ଦିଆଯାଇଥିଲା।
ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଦୁଇଦିନ ପୂର୍ବରୁ ଜନସାଧାରଣଙ୍କୁ ଗୋପାଳପୁର ବେଳାଭୂମିରେ ଜନସମାଗମ ନେଇ କଟକଣା ଘୋଷଣା କରାଯାଇଥିଲା। ଜିଲା ପ୍ରଶାସନର ବାରଣ ସତ୍ତ୍ବେ ଗତ ଦୁଇଦିନ ହେଲା ଶତାଧିକ ପର୍ଯ୍ୟଟକ ପରିବାର ସହ ଗୋପାଳପୁର ବୁଲିବାକୁ ଆସି ଅଧା ବାଟରୁ ଫେରୁଥିବା ଦେଖିବାକୁ ମିଳିଥିଲା। ଶନିବାର ଠାରୁ ପୂର୍ବ ପରି ଗୋପାଳପୁରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ କୌଣସି କଟକଣା ରହିବ ନାହିଁ ବୋଲି ଜଣାପଡ଼ିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories