ଗୋପାଳପୁର ସମୁଦ୍ରରେ ଜଣେ ନିଖୋଜ,୩ ଉଦ୍ଧାର

ଗୋପାଳପୁର – ଗୋପାଳପୁର ବେଳାଭୂମି ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ନିଖୋଜ ହୋଇଯାଇଥିବା ବେଳେ ୩ ଜଣଙ୍କୁ ବେଳାଭୂମି ରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି । ନିଖୋଜ ରହିଥିବା ଯୁବକ ଜଣଙ୍କ କୁକୁଡାଖଣ୍ଡି ଇନ୍ଦିରା ଆବାସ କଲୋନୀର ସୁଶାନ୍ତ ଦାସ ଙ୍କ ପୁଅ ସଞ୍ଜୟ ଦାସ ବୋଲି ଜଣାପଡିଛି ।

କୁକୁଡାଖଣ୍ଡି ର ବାଉରୀ ସାହିର ରଞ୍ଜନ ଦାସଙ୍କ ପୁଅ ମଦନମୋହନ ଦାସ, ନରସିଂହ ଦାସଙ୍କ ପୁଅ ଅବିନାଶ ଦାସ,ନାୟକ ସାହିର ମଧୁ ନାୟକ ଙ୍କ ପୁଅ ଦିପକ ନାୟକ ଓ ଇନ୍ଦିରା ଆବାସ କଲୋନୀ ର ସୁଶାନ୍ତ ଦାସ ଙ୍କ ପୁଅ ସଞ୍ଜୟ ଦାସ ପ୍ରମୁଖ ଗୋପାଳପୁର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ବେଳେ ଅଚାନକ ଏକ ପ୍ରଖର ସ୍ରୋତ ରେ ୪ ଜଣ ଭାସି ଯାଉଥିଲେ । ଏହି ସମୟରେ ବେଳାଭୂମି ରେ ନିୟୋଜିତ ରହିଥିବା ଲାଇଫ ଗାର୍ଡ ଜଗାରାଓ ଓ ବ୍ୟବସାୟୀ ମଦନମୋହନ, ଅବିନାଶ ଓ ଦୀପକ ଙ୍କୁ ଉଦ୍ଧାର କରିଥିବା ବେଳେ ସଞ୍ଜୟ ନିଖୋଜ ରହିଥିବା ଜଣାପଡିଛି ।

 

Comments are closed.