www.samajalive.in
Tuesday, December 9, 2025
16.1 C
Bhubaneswar

ପରିବେଶ ଏବଂ ସଂସ୍କୃତିର ବର୍ତ୍ତମାନ ସ୍ଥିତି ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ଦୁଇଦିନିଆ ଆନ୍ତର୍ଜାତିକ ଆଲୋଚନା ଚକ୍ର ରବିବାର ବିଶ୍ବବିଦ୍ୟାଳୟ ନୂତନ କନଫୋରେନସ୍ କକ୍ଷରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣିଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଇଂରାଜୀ ବିଭାଗ ପ୍ରଧ୍ୟାପକ ପ୍ରଫେସର ଡ଼ଃ ଶ୍ମୃତି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମେରିକାର ଅନ୍ତଃରାଷ୍ଟ୍ରୀୟ ମାନବ ଅଧିକାର କମିଟିର ପରିବେଶ ବିଶେଷଜ୍ଞ ଡ଼ ଦେବଦତ୍ତ ଦାସ ଯୋଗଦେଇ ପ୍ରକୃତିର ବିଶେଷତା ଏବଂ ମନୁଷ୍ୟ ସମାଜରେ ଏହାର ମହତ୍ତ୍ଵ ସମ୍ବଦ୍ଧ ରେ ଆଲୋକପାତ କରିଥିଲେ।ଏଥିସହ ଇଂରାଜୀ ସାହିତ୍ୟର ପରିବେଶ ଓ ସଂସ୍କୃତି ପ୍ରତି ବିଶେଷ ଅବଦାନ ରହିଥିବା ପରିପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆମେରିକାର ଶୀଲା ଟାଫ୍ଟେସ ଗଳ୍ପର ସମ୍ପ୍ରସାରଣ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ର ଉପଚାର ସମ୍ବଦ୍ଧରେ ମତବ୍ୟକ୍ତ କରିଥିଲେ।ଏହି କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଇଂରାଜୀ ଲେଖକ, ସମ୍ପାଦକ, ସମାଲୋଚକ ସାମ୍ମୁଖ୍ୟ ସଂଘ ସଭାପତି ପ୍ରଫେସର ଟି ଭି ରେଡ୍ଡୀ, ସମ୍ପାଦକ କେ ଭି ଡୋମିନି ପ୍ରମୁଖ ମନ୍ଚାସିନ ରହିଥିଲେ।ଆଜି ଓ ୨ ତାରିଖ ଦୁଇଦିନ ଧରି ଆନ୍ତର୍ଜାତିକ ସମ୍ମିଳନୀ ରେ ଦେଶ ବିଦେଶ ରୁ ପ୍ରାୟ ଦୁଇଶହ ଇଂରାଜୀ ସାହିତ୍ୟକୁ ସହ ପରିବେଶବିତ୍ ମାନେ ଯୋଗଦେଇଛନ୍ତି। ଏହା ସହ ଅଷ୍ଟ୍ରେଲିଆ ର କବି ତଥା ଅମଲାତନ୍ତ୍ର ଅଧିକାରୀ ଡ଼ଃ ସୁନୀଲ ଗୋଭିନାଗେ, ଶ୍ରୀଲଙ୍କା ର ବରିଷ୍ଠ ସାର୍କ ସମ୍ମାନ ରେ ସମ୍ମାନିତ ଗାଳ୍ପିକ ତଥା ପରିବେଶ ସମ୍ବାଦିକ ଦୟାଦିସାନାୟକ, ଆମେରିକା ସ୍ଥିତ ଆଟଲାଣ୍ଟା ଇମୋରୀ ବିଶ୍ଵବିଦ୍ୟାଳୟ ର ପ୍ରଫେସର ସିଲ୍ଲା ଟିଫେଟସ୍, ପଶ୍ଚିମବଙ୍ଗ ବିଦ୍ୟା ସାଗର ବିଶ୍ବବିଦ୍ୟାଳୟର ପ୍ରଫେସର ଜଯଜିତ ଘୋଷ, ନୂଆଦିଲ୍ଲୀ ସ୍ଥିତ ଏନସିଇଆରଟି ର ପ୍ରଫେସର ସନ୍ଧ୍ୟା ରାଣୀ ସାହୁ,ମରିସସ୍ ମୁକ୍ତ ବିଶ୍ଵବିଦ୍ୟାଳୟ ର ପ୍ରଫେସର ଶ୍ରୀଧାରାଗୈତମ, କାଠମାଣ୍ଡୁ ନେପାଳର ତ୍ରଭୂବନ ବିଶ୍ଵବିଦ୍ୟାଳୟ ର ପ୍ରଫେସର ବାମ ଦେବ ଅଧିକାରୀ ନେପାଳ ସ୍ଥିତ ପଦ୍ମାକନ୍ୟା ମଲ୍ଟିପଲ୍ କ୍ୟାମ୍ପସ ର ପ୍ରଫେସର ଖୁମ ପ୍ରସାଦ ଶର୍ମା ଓ ବାଂଲାଦେଶ ସ୍ବାଧୀନ ବିଶ୍ଵବିଦ୍ୟାଳୟ ର ପ୍ରଫେସର ଏସ୍ ଏମ୍ ମହଫୁଜର ରେହେମାନ ଙ୍କ ସମେତ ଅଷ୍ଟ୍ରେଲିଆ ଓ ଆମେରିକାରୁ ୪ଜଣ, ନେପାଳ ରୁ ୩, ବାଂଲାଦେଶ, ଶ୍ରୀଲଂକା, ଆଲଜେରିଆ ରୁ ୨ ଓ ଇଂଲଣ୍ଡ ରୁ ଜଣେ ଙ୍କ ସହ ଦେଶ ବିଦେଶ ରୁ ୨୦୦ଜଣ ସାହିତ୍ୟିକ ଓ ପରିବେଶବିତମାନେ ଏଥିରେ ସାମିଲ ରହିଛନ୍ତି।ସଭା ଶେଷରେ ବିଭାଗୀୟ ମୁଖ୍ୟ ପ୍ରଫେସର ବଳଭଦ୍ର ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories