www.samajalive.in
Monday, December 8, 2025
14.1 C
Bhubaneswar

ପାତିସୁନାପୁରରେ ରାଜନୈତିକ ଆକ୍ରୋଶ: ନିଆଁ ଲଗାଇ ଜାଲ ସହ ଡ଼ଙ୍ଗାରେ ବ୍ୟବହୃତ ଯନ୍ତ୍ରାଂଶ ପୋଡ଼ି

ଗୋପାଳପୁର: ସୁନାପୁର ମେରାଇନ ଥାନା ଅନ୍ତର୍ଗତ ପାତିସୁନାପୁର ଗ୍ରାମରେ ରାଜନୈତିକ ଆକ୍ରୋଶ ରଖି ୱାସପୁଲି ଓଲେୟାଙ୍କ ଲକ୍ଷାଧିକ ଟଙ୍କା ଜାଲ ସମେତ ଡଙ୍ଗାରେ ବ୍ୟବହୃତ ଯନ୍ତ୍ରାଂଶ ପୋଡ଼ି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ୦୩/୨୨ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ ୧୨ ତାରିଖ ମଧ୍ୟରାତ୍ରୀରେ ୩ ଜଣ ଯୁବକ ଅଚାନକ ୱାସପୁଲି ଓଲେୟାଙ୍କ ପକ୍ଷରୁ ରଖାଯାଇଥିବା ଜାଲ ଓ ଡ଼ଙ୍ଗାର ଅନ୍ୟାନ୍ୟ ଯନ୍ତ୍ରାଂଶ ରହିଥିବା ଏକ ଚାଳ ଘରକୁ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଗ୍ରାମର କେତେକ ଲୋକ ସେମାନଙ୍କୁ ପ୍ରତିବାଦ କରିବା ସହ ବିରୋଧ କରିଥିଲେ। ସେହି ଯୁବକମାନେ ଗାଁ ଲୋକଙ୍କ ବେକରେ ମାରଣାସ୍ତ୍ର ଲଗାଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଏବଂ ମୁହଁ ଖୋଲିଲେ ଗାଁରେ ଆତଙ୍କ ସୃଷ୍ଟି କରିବେ ବୋଲି ଚେତାବନୀ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

 

- Advertisement -

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ବେଳକୁ ସବୁ ସାମଗ୍ରୀ ପୋଡି ଯାଇଥିଲା। ଅନ୍ୟପଟେ ଓଲେୟାଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଲିଖିତ ଅଭିଯୋଗରେ ରଙ୍କନାଥ ପଲାଇ, ୱାଇପିଲି କୋଟେସୁ ଓ ୱାର୍ଡି ଜନାର୍ଦ୍ଦନ ପ୍ରମୁଖ ଏହି ଘଟଣା ସହ ସମ୍ପୃକ୍ତ ଥିବା ଉଲ୍ଲେଖ କରିଛନ୍ତି। ଗାଁରେ ଉକ୍ତ ଘଟଣା ପରେ ଚାପା ଉତ୍ତେଜନା ଲାଗି ରହିଛି ଓ ଅଭିଯୁକ୍ତ ଯୁବକମାନେ ଗାଁରେ ଖୁଲମଖୁଲା ବୁଲୁଥିବା ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories