www.samajalive.in
Tuesday, December 9, 2025
15.1 C
Bhubaneswar

ଗୋପାଳ ଫେରିଲା ; ରିପୋର୍ଟକୁ ଅପେକ୍ଷା

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ଗୁଜରାଟର ଗାନ୍ଧିନଗରଠାରେ ଶେଷ ହେବା ପରେ ରବିବାର ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛି । ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ ଅଣାଯିବା ପରେ ସେଠାରୁ ଝାରସୁଗୁଡ଼ାକୁ ଆଉ ବିମାନ ଉପଲବ୍ଧ ନ ଥିବା ହେତୁ ସଡ଼କ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଛି। ସୋମବାର ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଗୋପାଳକୁ ହାଜର କରାଯିବ ; କିନ୍ତୁ ତିନି ଥର ରିମାଣ୍ଡରେ ନେବା ମଧ୍ୟରେ ଲେୟରର୍ଡ ଭଏସ ଆନାଲିସିସ୍(ଏଲଭିଏ), ମନସ୍ତାତ୍ତ୍ବିକ ବିଶ୍ଲେଷଣ, ଅଭିଯୁକ୍ତର ଆବାସ ନିରୀକ୍ଷଣ, ଅପରାଧ ଦୃଶ୍ୟ ରିକ୍ରିଏସନ ପରେ ପଲିଗ୍ରାଫ ଟେଷ୍ଟ ଓ ନାର୍କୋ ଟେଷ୍ଟ ଶେଷ ହୋଇ ସାରିଥିବାରୁ ଆଉ ସମ୍ଭବତଃ ରିମାଣ୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି କୁହାଯାଇଛି। ଏମିତିରେ ରାଜ୍ୟ ଓ ଜାତୀୟସ୍ତରର ବିଶେଷଜ୍ଞଙ୍କ ଦ୍ବାରା କରାଯାଇଥିବା ପରୀକ୍ଷାଗୁଡ଼ିକର ରିପୋର୍ଟ ଆସିବା ପରେ ହୁଏତ ହତ୍ୟାକାଣ୍ଡର କାରଣ ସଂକ୍ରାନ୍ତରେ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି।
ସୂଚନା ମୁତାବକ, ଗତ ୮ତାରିଖ ବିମାନରେ କଲକାତା ଦେଇ ଗୁଜୁରାଟର ଗାନ୍ଧିନଗର ନିଆଯାଇଥିଲା। ସେଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଫରେନ୍ସିକ୍ ବିଜ୍ଞାନ ସେବା ନିର୍ଦେଶାଳୟ (ଡିଏଫଏସ)ରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା। ପ୍ରଥମେ ପଲିଗ୍ରାଫ ଟେଷ୍ଟ କରାଯାଇ ଗୋପାଳକୁ ଅତି କମ୍‌ରେ ୫୦ଟି ପ୍ରଶ୍ନ ପଚରା ଯାଇଥିଲା। ପ୍ରଶ୍ନବେଳେ ଗୋପାଳର ବ୍ୟବହାର, ରକ୍ତଚାପର ହ୍ରାସବୃଦ୍ଧି, ଶ୍ବାସକ୍ରିୟାର ସ୍ବାଭାବିକତା ବା ଅସ୍ବାଭାବିକତା, ଚର୍ମର ସ୍ଫୁରଣ ଆଦି ରେକର୍ଡ କରାଯାଇଥିଲା। ଏହା ମାଧ୍ୟମରେ ଅଭିଯୁକ୍ତ ଯାହା ବି କହୁଛି କେତେ ସତ କହୁଛି ତାହା ବିଶ୍ଲେଷଣ କରିବା ସହଜ ହୁଏ। ତା ଛଡ଼ା ନାର୍କୋ ଟେଷ୍ଟ କରାଯାଇଥିଲା । ଯାହାକି ୭ଘଣ୍ଟା ଧରି ମାରାଥନ ଭାବେ କରାଯାଇଥିବା କୁହାଯାଉଛି। ଶନିବାର ଦିନ ସାରା ଏହି ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି। ଏହି ଟେଷ୍ଟରେ ଅଭିଯୁକ୍ତକୁ ସୋଡିୟମ ପେଣ୍ଟୋଥଲ ନାମକ ଏକ ରସାୟନ ଦେଇ ସମ୍ମୋହିତ ଅଥବା ପ୍ରକାରାନ୍ତରେ ଅବଚେତନ ଅବସ୍ଥାକୁ ଆଣିବା ପରେ ପ୍ରଶ୍ନ କରାଯାଇଥାଏ। ଅଭିଯୁକ୍ତ ନିଜ ସଚେତନ ଅବସ୍ଥାରେ ନ ଥିବା ହେତୁ ମିଛ କହିବା ଆଶଙ୍କା ନ ଥାଏ, ଯାହାଫଳରେ ସତ ପଦାକୁ ଆସିବାର ଆଶା ଥାଏ। ତେବେ ଗୋପାଳ ନିଜେ ଜଣେ ପୁଲିସ ଅଧିକାରୀ ହୋଇଥିବା ହେତୁ ତା ପାଖରୁ ସତ ବାହାର କରିବା କ୍ରାଇମବ୍ରାଞ୍ଚ ପକ୍ଷରେ ଏତେ ଟା ସହଜ ନ ଥିଲା। ଯାହାଫଳରେ ୭ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିଥିବା କୁହାଯାଉଛି। ଏଣୁ ଉକ୍ତ ରସାୟନର ପ୍ରଭାବ କେବଳ ୨୦ମିନିଟ ରହୁଥିବା ହେତୁ ଅନେକ ଥର ତାହା ଇନଜେକ୍ଟ କରାଯାଇଥିଲା। ଯାହାଫଳରେ ମଧ୍ୟରାତ୍ରି ସୁଦ୍ଧା ଗୋପାଳ ଅଚେତନ ଥିବା ସୂଚନା ରହିଛି। ନିରପେକ୍ଷ ସଂସ୍ଥା ଫରେନ୍ସିକ୍ ବିଜ୍ଞାନ ସେବା ନିର୍ଦେଶାଳୟ (ଡିଏଫଏସ) ଏହାର ରେକର୍ଡ କରିଥିବା ବେଳେ ସମସ୍ତ ପ୍ରକ୍ରିୟାକୁ ସିଧାସଳଖ କମ୍ପାକ୍ଟ ଡିସ୍କରେ ମୁଦ୍ରିତ କରି ଝାରସୁଗୁଡ଼ା କୋର୍ଟକୁ ପ୍ରେରଣ କରିବ ବୋଲି ସୂଚନା ମିଳିଛି। ହେଲେ ଏହି ପ୍ରକ୍ରିୟା ପରେ ପ୍ରକୃତରେ ସତ ବାହାରକୁ ଆସିଛି ନା ନାହିଁ, ଯଦି ଗୋପାଳ ହତ୍ୟାକାଣ୍ଡର କାରଣ ଖୁଲାସା କରିଛି ତା ‌େହଲେ ନିଜେ ରାଗ ରଖି ହତ୍ୟା କରିଛି ନା କାହା ପ୍ରରୋଚନାରେ ସେମିତି କରିଛି ତାହା କହିଛି କି ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ କିଛି କୁହାଯାଇନାହିଁ। ତେବେ ଆଗାମୀ ଦିନରେ ଆରୋପ ପତ୍ର ଦାଖଲ ବେଳେ ଏ ସବୁ ତଥ୍ୟ ଉଲ୍ଲେଖ କରି ସିଧାସଳଖ କୋର୍ଟରେ ଦାଖଲ କରାଯିବ ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories