www.samajalive.in
Sunday, December 7, 2025
14.1 C
Bhubaneswar

ହାଜତକୁ ଗଲା ଗୋପାଳ, ଚୌଦ୍ବାର ଜେଲ ସ୍ଥାନାନ୍ତର ନିଷ୍ପତ୍ତି

ଝାରସୁଗୁଡ଼ା : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୋମବାର କ୍ରାଇମବ୍ରାଞ୍ଚ ଦଳ ଝାରସୁଗୁଡ଼ା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି)ଙ୍କ ଅଦାଲତରେ ଅଭିଯୁକ୍ତକୁ ହାଜର କରିଥିଲେ। ତେବେ ଏହା ମଧ୍ୟ‌େ‌ର ତିନି ଥର ରିମାଣ୍ଡରେ ୧୩ଦିନ ନେଇ ସାରିଥିବା ତଥା ଆଉ ରିମାଣ୍ଡର ଆବେଦନ କରାଯାଇ ନ ଥିବା ହେତୁ ବିଧିବଦ୍ଧ ପ୍ରକ୍ରିୟା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ସିଆରପିସି-୧୬୪ ଧାରା ଆଧାରରେ ଆଜି ବୟାନ ରେକର୍ଡ ହୋଇ ପାରି ନ ଥିବା ହେତୁ ଏହା ମଙ୍ଗଳବାର ପୂର୍ବାହ୍ନରେ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ ଗଣମାଧ୍ୟମକୁ କହିଛନ୍ତି।
ଗୁଜରାଟ ଗାନ୍ଧୀନଗରର ଡିଏଫଏସଠ‌ାରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯିବା ପରେ ରବିବାର ବିମାନରେ ରାୟପୁର ଅଣାଯାଇ ସେଠାରୁ ସଡ଼କ ପଥରେ ଝାରସୁଗୁଡ଼ା ଅଣାଯାଇଥିଲା। ମଧ୍ୟରାତ୍ରି ସାଢ଼େ ୧୨ଟାରେ କ୍ରାଇମବ୍ରାଞ୍ଚ ଦଳ ଅଭିଯୁକ୍ତ ଗୋପାଳ ଦାସକୁ କଡ଼ା ସୁରକ୍ଷା ମଧ୍ୟରେ ଆଣିବା ପରେ ସହର ମଧ୍ୟକୁ ନ ଆଣି ସହର ବାହାରେ ତାଲପଟିଆଠାରେ ଥିବା ବିମାନବନ୍ଦର ଥାନାରେ ରଖିଥିଲେ। ସେଠାରୁ ପୂର୍ବାହ୍ନ ପ୍ରାୟ ୯ଟା ୪୫ରେ ଓଏସଏପି ବାଟାଲିୟନକୁ ଅଣାଯାଇଥିଲା। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଥମେ ଅଦାଲତରେ ହାଜର କରିବାକୁ ଗୋପାଳକୁ ଅଣାଯାଇଥିବା ବେଳେ କିଛି ସମୟ ମଧ୍ୟରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା। କିନ୍ତୁ ଏହାର କିଛି ସମୟ ପରେ ପୁଣି ଜିଲା ଅଦାଲତକୁ ଆଣି ହାଜର କରାଯାଇଥିଲା। ଏମିତିରେ ୧୬୪ ବୟାନ ରେକର୍ଡ କରାଯାଇଥିବା ଆଶା କରାଯାଉଥିଲା। ହେଲେ ତାହା ହୋଇ ନ ଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଗୋପାଳକୁ କଟକ ଚୌଦ୍ବାର କାରାଗାରକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories