nua o banner

ଯୁବକଙ୍କୁ ଥାନାରେ ଅଟକ ଓ ମାଡ଼, ପ୍ରତିବାଦ ଗୋପ ବଜାର ମୁଖ୍ୟ ରାସ୍ତା ଅବରୋଧ

BJD Bijuli 480×75 Mob
0

ଗୋପ: ଗୋପଥାନାରେ ଜଣେ ଯୁବକକୁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକ ରଖିବା ପରେ ଥାନା ଭିତରେ ପୁଲିସ ମାଡ଼ରେ ଜଣେ ଯୁବକ ଅସୁସ୍ଥ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱ କ୍ୟାପିଯାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ଗୋପ ବସ୍ତିର ଉତ୍ତ୍ୟକ୍ତଲୋକେ ଓ ସମ୍ପକୀୟମାନେ କୋଣାର୍କ ରାସ୍ତାର ଗୋପ ବଜାର ଛକ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ଗୋପ ବସ୍ତିର ଜୈନିକ ଯୁବକଙ୍କ ନାମରେ ଗୋପ ଥାନାରେ କମେଣ୍ଟ ମରା ଅଭିଯୋଗ ହେବା ପରେ ଗୋପ ପୁଲିସ ବସ୍ତିରୁ ସରତାଜ ଖାଁନଙ୍କୁ ଗତକାଲିଠାରୁ ଥାନାକୁ ଆଣିଥିଲା । ପୁଲିସ ତାଙ୍କୁ ଖାଇବା ପିଇବାକୁ ନଦେଇ ରାତ୍ରିରେ ଏକ ଅନ୍ଧାରୁଆ କୋଠରୀକୁ ନେଇ ମାଡ଼ ମାରିଥିଲା । ସକାଳୁ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଥିବା ବେଳେ ଆଜି ମଧ୍ୟାନ ସମୟରେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ ପୋଲିସ ପକ୍ଷରୁ ତାଙ୍କୁ ଗୋପ ଗୋଷ୍ଠି ସ୍ୱାସ୍ଥକେନ୍ଦ୍ର ନିଆ ଯାଇଥିଲା | ସରତାଜଙ୍କ ସ୍ୱାସ୍ଥା ଅବସ୍ଥା ଠିକ ନଥିବାରୁ  ଡାକ୍ତର ଅଧିକ ଚିକିସ୍ଛା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ପଠାଯାଇଛି । ଏହି ଘଟଣାକୁ ନେଇ ଗୋପ ବସ୍ତିର ଶତାଧିକ ଲୋକ ଓ ସରତାଜଙ୍କ ପରିବାର ଲୋକ ପୁଲିସର ମାତ୍ରାଧିକ କର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗୋପ ବଜାର ମୁଖ୍ୟରାସ୍ତା ଅବରୋଧ କରିଥିଲେ । ନିମାପଡା ଏସଡିପିଓ ନିରଞ୍ଜନ ପାଢ଼ୀ ଘଟଣା ସ୍ଥଳରେ ପଂହଁଚି ରାସ୍ତା ଅବରୋଧ ହଟାଇ ଥିବା ଜଣାପଡିଛି । ବର୍ତ୍ତମାନ ଗୋପ ବଜାରରେ ଚାପା ଉତେଜନା ଲାଗିରହିଛି । ଗୋପ ମେଳଣ ଚାଲିଥିବାରୁ ଏହି ଘଟଣା ପରେ ଅଧିକ ପୁଲିସ ଫୋର୍ସ ନିୟୋଜିତ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ସରତାଜ ଗୋପ ମହା ବିଦ୍ୟାଳୟ ଛାତ୍ର ସଂସଦ ଉପସଭାପତି ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave A Reply